ଶୂନ୍ୟରୁ ଗୁଳି ବର୍ଷା; କେତେବେଳେ ହାତରେ ତ କେତେତେଳେ ଗୋଡ଼ରେ ଗଳି ଯାଉଛି

ଆଠଗଡ଼(ନୀଳକଣ୍ଡ ଦୋରା): ଶୂନ୍ୟରୁ ହେଉଛି ଗୁଳି ବର୍ଷା । କେତେବେଳେ ଘର ବାହାରେ ବସିଥିବା ବେଳେ ତ କେତେବେଳେ ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ବେଳେ ବାଜୁଛି ଗୁଳି। ହେଲେ ଏହି ଗୁଳି କେଉଁଠୁ ଆସୁଛି, କିଏ ଗୁଳି ମାରୁଛି ସେ ଖବର କାହା ନିକଟରେ ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ଆଠଗଡ଼ ବ୍ଳକ ନୂଆଶାସନ […]

firing

  • Published: Thursday, 08 December 2022
  • , Updated: 08 December 2022, 12:54 PM IST

ଆଠଗଡ଼(ନୀଳକଣ୍ଡ ଦୋରା): ଶୂନ୍ୟରୁ ହେଉଛି ଗୁଳି ବର୍ଷା । କେତେବେଳେ ଘର ବାହାରେ ବସିଥିବା ବେଳେ ତ କେତେବେଳେ ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ବେଳେ ବାଜୁଛି ଗୁଳି। ହେଲେ ଏହି ଗୁଳି କେଉଁଠୁ ଆସୁଛି, କିଏ ଗୁଳି ମାରୁଛି ସେ ଖବର କାହା ନିକଟରେ ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ଆଠଗଡ଼ ବ୍ଳକ ନୂଆଶାସନ ଗ୍ରାମରେ ଦେଖିବାକୁ ମିଳିଛି।

ପ୍ରାୟ ୫ ବର୍ଷ ହେଲା ଏପରି ସମସ୍ୟା ସହ ସଂଘର୍ଷ କରୁଛନ୍ତି ନୂଆଶାସନ ଗ୍ରାମ ବାସିନ୍ଦା ।  କେତେବେଳେ ନଳକୂପ ମାରିବା ବେଳେ ଗୁଳି ହାତରେ ବାଜୁଛି ତ କେତେବେଳେ ଘର କାମ ବେଳେ ଗୁଳି ଗୋଡ଼ରେ ବାଜିଛି। ଗ୍ରାମର ଜଣେ ମହିଳା ନଳକୂପ ମାରିବା ବେଳେ ତାଙ୍କ ହାତରେ ବାଜିଥିଲା ଗୁଳି। ଅପରେସନ ପରେ ଉକ୍ତ ଗୁଳିକୁ ତାଙ୍କ ହାତରୁ ବାହାର କରାଯାଇଛି।

[caption id="attachment_787725" align="aligncenter" width="650"] ଜଗତ ଗୁଳି ।[/caption]

ଏହାବାଦ ଗୁଳି ବାଜି ଏହି ଗାଁ ଲୋକେ ଆହତ ହେବା ଏକ ନିତିଦିନିଆ ଘଟଣା। ଗୁଳି ଡରରେ ଗ୍ରାମବାସୀ ନିଜ ପିଲାଙ୍କୁ ଅଧା ଦିନ ସ୍ପୁଲ ଛାଡ଼ୁ ନାହାନ୍ତି। ଗାଁ ରାସ୍ତା ବି ପ୍ରାୟତଃ ସବୁବେଳେ ଶୁନଶାନ ରହୁଥିବା ବେଳେ ଲୋକଙ୍କୁ ଦେଖିବାକୁ ମିଳୁ ନାହିଁ।

ତେବେ ଗ୍ରାମ ନିକଟରେ ଥିବା ମହାନଦୀର ଅପରପାର୍ଶ୍ୱରେ ନରାଜରେ ରହିଛି ଫାୟାରିଂ କ୍ୟାମ୍ପ । ଉକ୍ତ କ୍ୟାମ୍ପରୁ ଗୁଳି ଫୁଟିବା ବେଳେ ତାହା ଆସି ଗ୍ରାମରେ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ଅଭିଯୋଗକୁ ଖଣ୍ଡନ କରିଛି ପୁଲିସ୍‌।   ଗତବର୍ଷ ଜଣେ ଡିସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ନୂଆଶାସନ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ହେଲେ ଏହା ପୁଲିସ୍‌ ଗୁଳି ବୋଲି କହିଥିଲେ।

[caption id="attachment_787727" align="aligncenter" width="650"] ଗ୍ରାମର ମହିଳାମାନଙ୍କ ହାତରେ ଗୁଳି ।[/caption]

ଆଡିସନାଲ ଡିସିପି କହିଛନ୍ତି- ନରାଜରେ ଯେଉଁ ଫାୟାରିଂ କ୍ୟାମ୍ପ ଅଛି, ସେଠାରେ ଏକ ପାହାଡ଼ ଅଛି। ତେଣୁ ଗୁଳି ଉକ୍ତ ପାହାଡ଼ ଡେଇଁ ଯିବା ସମ୍ଭବ ନୁହେଁ। ହଜାରେ ଗଜ ଭିତରେ ଜନବସତି ନାହିଁ କି ଘର ନାହିଁ। ଯଦି କୌଣସି ଗୁଳି ମିଳିଛି ତାହାର ତଦନ୍ତ କରିବୁ । ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରକୃତ ତଥ୍ୟ ଖୁବ୍‌ ଶୀଘ୍ରବାହାରକୁ ଆସିବ ।

ତୁରନ୍ତ ଏହି  ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେବାବନୀ ଦେଇଛନ୍ତି  ।

Related story