ଆଖି ନୁହେଁ, ମନ ଚିହ୍ନିନେଲା ମନର ମଣିଷ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଜନ୍ମରୁ ଦେଖି ନାହାନ୍ତି ଦୁନିଆ। ଏକଥା କେବେବି ଏମାନଙ୍କ ମନୋବଳକୁ ଭାଙ୍ଗିନାହିଁ। ଆଖିକୁ ଦେଖାଯାଉନଥିଲେ ବି ଏମାନେ ଅଗ୍ନୀକୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଛନ୍ତି। ଆମେ କହୁଛୁ କଖଡ଼ି ବରମପୁର ଗାଁର ମୁନା ନାୟକ ଓ ଶିମିଳିହାଣ୍ଡ ଗ୍ରାମର ରିନୁ ନାୟକ। ଦୁହେଁ ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ହେଁ ପରସ୍ପରକୁ ବିବାହ କରି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ରାମବାସୀ ଓ ଦୁଇ ପରିବାରର ସହମତିରେ ଦୁଇଜଣ ପରସ୍ପରକୁ ରାଧାମାଧବ […]

blind-marrige

Ranjit Kumar Jena
  • Published: Friday, 22 January 2021
  • , Updated: 22 January 2021, 05:11 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଜନ୍ମରୁ ଦେଖି ନାହାନ୍ତି ଦୁନିଆ। ଏକଥା କେବେବି ଏମାନଙ୍କ ମନୋବଳକୁ ଭାଙ୍ଗିନାହିଁ। ଆଖିକୁ ଦେଖାଯାଉନଥିଲେ ବି ଏମାନେ ଅଗ୍ନୀକୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଛନ୍ତି। ଆମେ କହୁଛୁ କଖଡ଼ି ବରମପୁର ଗାଁର ମୁନା ନାୟକ ଓ ଶିମିଳିହାଣ୍ଡ ଗ୍ରାମର ରିନୁ ନାୟକ। ଦୁହେଁ ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ହେଁ ପରସ୍ପରକୁ ବିବାହ କରି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି।

ଗ୍ରାମବାସୀ ଓ ଦୁଇ ପରିବାରର ସହମତିରେ ଦୁଇଜଣ ପରସ୍ପରକୁ ରାଧାମାଧବ ମଠରେ ବିବାହ କରିଛନ୍ତି। ମୁନା ନାୟକ ଜନ୍ମରୁ ଦୁନିଆ ଦେଖନାହାନ୍ତି। ସେ ମାତ୍ର ୩ ବର୍ଷର ହୋଇଥିଲେ ମା' ଛାଡ଼ି ଚାଲିଯାଇଥିଲେ। ଆଉ ୫ ବର୍ଷ ହୋଇଥିଲା ବେଳେ ବାପା ମଧ୍ୟ ଆରପାରିକୁ ଚାଲିଗଲେ। ଏହାପରେ ମୁନା ମାମୁଁଘରେ ରହି ଦଶମ ଯାଏ ପାଠ ପଢିଛନ୍ତି। ମୁନା ଦୁନିଆକୁ ସିନା ଦେଖିନାହାନ୍ତି କିନ୍ତୁ ସେ କେବେ ବି ନିଜକୁ ଅକ୍ଷମ ଭାବି ନାହାନ୍ତି। ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନରେ ସଂଗୀତ ପରିବେଷଣ କରିବା ସହ ଟ୍ରେନରେ ଗୀତ ଗାଇ ଯାତ୍ରୀଙ୍କ ମନୋରଞ୍ଜନ କରନ୍ତି।

ଏହାଛଡ଼ା ସେ ଟ୍ରେନରେ କସମେଟିକ୍ ସାମଗ୍ରୀ ବିକ୍ରି କରି ନିଜର ପେଟ ପୋଷନ୍ତି। ଏହି କାମ କରି ସେ ନିଜର ବୈବାହିକ ଜୀବନକୁ ଆଗକୁ ବଢ଼ାଇବେ ବୋଲି ମୁନା କହିଛନ୍ତି। ସେହିପରି ରିନୁ ନାୟକ ମଧ୍ୟ ଜନ୍ମରୁ ଦୁନିଆ ଦେଖିନାହାନ୍ତି। ଦୁନିଆକୁ ଦେଖି ନପାରିଲେ କଣ ହେଲା ସେ ସବୁ କାମ କରିପାରନ୍ତି। ତେଣୁ ବିବାହ ପରେ ଉଭୟ ମୁନା ଓ ରିନୁଙ୍କୁ କୌଣସି ସମସ୍ୟା ହେବ ନାହିଁ କନ୍ୟାର ବାପା କହିଛନ୍ତି। ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମରେ କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ ଉପସ୍ଥିତ ନବଦମ୍ପତିଙ୍କୁ ଶୁଭକାମନା ଦେଇଥିଲେ।

Related story