ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ

ଜଗତସିଂହପୁର(ଶସାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂରା ଘଟଣା ଏମିତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। […]

jagatsinghpur

jagatsinghpur

Manoranjan Sial
  • Published: Monday, 15 July 2019
  • Updated: 15 July 2019, 10:29 PM IST

Sports

Latest News

ଜଗତସିଂହପୁର(ଶସାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୂରା ଘଟଣା ଏମିତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। ଏହି ସମୟରେ ତାଙ୍କ ବିରୋଧୀ ଗୋଷ୍ଠୀର ୩ ଜଣ ଯୁବକ ଅଫିସ୍‌ରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ମାଗିଥିଲେ। ଅଧ୍ୟକ୍ଷା ଫାଇଲ୍‌ ଦେବାକୁ ମନା କରିଦେଇଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ବିରୋଧୀ ଗୋଷ୍ଠୀ ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହାଫଳରେ ଅଧ୍ୟକ୍ଷା ଓ ବିଡିଓଙ୍କ ସମେତ ଅନ୍ୟ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବାହାରକୁ ଆସିପାରିନଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଅଧ୍ୟକ୍ଷାଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ତାଲା ଭାଙ୍ଗିଥିଲେ। ସମିତି ଅଧ୍ୟକ୍ଷା ନିଜ ଗାଡ଼ିରେ ବାହାରକୁ ଆସିଥିଲେ। ଏହି ସମୟରେ ଅଧ୍ୟକ୍ଷାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos