ଗୁଣ ସାଗରଙ୍କ ଗଳା କାଟି ପିଙ୍ଗି ଦେଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁ ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରଯାଇଛି। ତାଙ୍କ ନାଁ ଗୁଣସାଗର ଦାଶ। ତାଙ୍କ ଘର ପୁଡ଼ାମାଲ ଗାଁରେ। ଗୁଣସାଗରଙ୍କ ବୟସ ୪୭ ବର୍ଷ।   ଗତକାଲି ରାତି ପ୍ରାୟ ୮ ଟା ସମୟରେ ଗୁଣସାଗର ନିଜ ଘରୁ ବାହାରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ […]

deadbody.j000

Tapaswini Nayak
  • Published: Monday, 07 October 2019
  • , Updated: 07 October 2019, 12:44 PM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁ ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରଯାଇଛି। ତାଙ୍କ ନାଁ ଗୁଣସାଗର ଦାଶ। ତାଙ୍କ ଘର ପୁଡ଼ାମାଲ ଗାଁରେ। ଗୁଣସାଗରଙ୍କ ବୟସ ୪୭ ବର୍ଷ।  

ଗତକାଲି ରାତି ପ୍ରାୟ ୮ ଟା ସମୟରେ ଗୁଣସାଗର ନିଜ ଘରୁ ବାହାରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଆଜି ସକାଳେ ଗାଁ ନିକଟ ଏକ ରାସ୍ତା ପାର୍ଶ୍ଵରୁ ଗଳା କଟା ଅବସ୍ଥାରେ ଗୁଣସାଗରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଅବଗତ କରାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଫରେନସିକ୍‌ ଟିମ୍‌ ଓ ପୁଲିସ୍‌ ଟିମ୍‌  ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related story