ଡଙ୍ଗାବୁଡ଼ି ଜଣେ ନିଖୋଜ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସଜୀବୀ ନିଖୋଜ ଅଛନ୍ତି। ତାଙ୍କ ନାଁ ତପନ ଦାସ। ଗତକାଲି  ଜମ୍ବୁ ମେରାଇନ ଥାନା ଅଞ୍ଚଳର ୪ଜଣ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରୁଥିବା ସମୟରେ ଏକ ବଡ଼ ଜୁଆର ଆସି ସେମାନଙ୍କ ଡଙ୍ଗାକୁ ଧକ୍କା ଦେଇଥିଲା। ଏହା ପରେ ଡଙ୍ଗାଟି ଓଲଟି ପଡ଼ି ବୁଡ଼ି ଯାଇଥିଲା। ତେବେ ୩ ଜଣ ମତ୍ସଜୀବୀ ପହଁରି ପହଁରି […]

kendrapda

kendrapda

Jyoshna Pradhan
  • Published: Saturday, 26 October 2019
  • Updated: 26 October 2019, 09:58 AM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସଜୀବୀ ନିଖୋଜ ଅଛନ୍ତି। ତାଙ୍କ ନାଁ ତପନ ଦାସ।

ଗତକାଲି  ଜମ୍ବୁ ମେରାଇନ ଥାନା ଅଞ୍ଚଳର ୪ଜଣ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରୁଥିବା ସମୟରେ ଏକ ବଡ଼ ଜୁଆର ଆସି ସେମାନଙ୍କ ଡଙ୍ଗାକୁ ଧକ୍କା ଦେଇଥିଲା। ଏହା ପରେ ଡଙ୍ଗାଟି ଓଲଟି ପଡ଼ି ବୁଡ଼ି ଯାଇଥିଲା। ତେବେ ୩ ଜଣ ମତ୍ସଜୀବୀ ପହଁରି ପହଁରି ମହାନଦୀ ମୁହାଣକୁ ଆସିଥିଲେ। ହେଲେ ତପନ ଫେରି ନଥିଲେ।

ତପନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ୟମ କରିଥିଲେ ବି ତାଙ୍କ ପତ୍ତା ମିଳି ନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos