ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା!

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଳ ଷ୍ଟେସନ୍‌ ନିକଟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରେଳବାଇ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ନମ୍ବର-୧ ର ପଛପାର୍ଶ୍ୱରେ ଏକ ସାଗୁଆନ୍‌ ଗଛର ଡାଳରୁ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଷ୍ଟେସନ ମାଷ୍ଟର ଏନେଇ ରେଳବାଇ ପୁଲିସକୁ […]

body-of-woman-found-hanging-from-a-tree-near-balangir-railway-station

body-of-woman-found-hanging-from-a-tree-near-balangir-railway-station

Manoranjan Sial
  • Published: Monday, 13 May 2019
  • Updated: 13 May 2019, 04:42 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଳ ଷ୍ଟେସନ୍‌ ନିକଟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରେଳବାଇ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ।

ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ନମ୍ବର-୧ ର ପଛପାର୍ଶ୍ୱରେ ଏକ ସାଗୁଆନ୍‌ ଗଛର ଡାଳରୁ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଷ୍ଟେସନ ମାଷ୍ଟର ଏନେଇ ରେଳବାଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମହିଳାଙ୍କ ମୃତଦେହ ନିକଟରୁ ପୁଲିସ ଏକ ବ୍ୟାଗ ଜବତ କରିଛି। ଏଥିରୁ ନୋଟ୍‌ବୁକ, କିଛି ଫଟୋ ଓ ଜଣେ ପୁରୁଷଙ୍କ ପ୍ୟାଣ୍ଟ ସାର୍ଟ ମିଳିଛି। ନୋଟ ବୁକରେ ଥିବା ଫୋନ ନମ୍ବରକୁ ଯୋଗାଯୋଗ କରିବାରୁ ମହିଳାଙ୍କ ପରିଚୟ ମିଳିଥିଲା। ମୃତ ମହିଳା ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଗାଁର ମାଟିଆ ବାରିକଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବାରିକ ବୋଲି ଜଣାପଡିଛି।

ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା କରିବା ପରେ କେହି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ପୁଷ୍ପାଙ୍କ ମୃତଦେହ ଝୁଲୁଥିବା ଗଛ ନିକଟରେ ଥିବା ଅନ୍ୟ ଏକ ଗଛରେ ମଧ୍ୟ ଦୁଇଟି ଶାଢ଼ିରେ ଫାଶି ଲଗାଯାଇଛି। ମୃତ ମହିଳାଙ୍କ ଗୋଡ଼ରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆଗରୁ କଳିକଜିଆ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos