ଲୋୟର ସୁକତେଲ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ଧାରଣାରେ ବସିଲା ବଲାଙ୍ଗିର ଆକ୍ସନ୍ କମିଟି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳରେ ମହିଳା ସଂଘର ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି।  ଏକକାଳୀନ କ୍ଷତିପୂରଣ ଓ ତୁରନ୍ତ ଥଇଥାନ ଦାବିରେ ଲୋୟର ସୁକତେଲ ମହିଳା ସଂଘ ଆନ୍ଦୋଳନରେ ବସିଛନ୍ତି ।

ସେମାନଙ୍କୁ ସମର୍ଥନ କରି ବଲାଙ୍ଗିର ଆକ୍ସନ୍ କମିଟି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛି।  ଦାବି ପୂରଣ ନହେବା ଯାଏଁ ପ୍ରତ୍ୟେକ ଦିନ ୪ଘଣ୍ଟା ଧରି ଧାରଣା ଦେବାକୁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।