ବଲାଙ୍ଗୀର ଆରଆଇ ନିଯୁକ୍ତି ଅନିୟମିତତା ମାମଲା: କିରାଣି ନିରଞ୍ଜନ ତ୍ରିପାଠୀ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଆରଆଇ, ଅମିନ ନିଯୁକ୍ତି ଅନିୟମିତତା ମାମଲାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ତ୍ରିପାଠୀ ଗିରଫ ହୋଇଛନ୍ତି। ଗତକାଲି ରାତିରେ ସୋନପୁରରୁ ନିରଞ୍ଜନଙ୍କୁ ଗିରଫ କରିଛି ଭିଜିଲାନସ୍ ବିଭାଗ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣି ଥିଲେ ନିରଞ୍ଜନ ତ୍ରିପାଠୀ। ଗିରଫ ପରେ ତାଙ୍କଠାରୁ ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସକୁ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି। ଏପରିକି ଗିରଫ ନିରଞ୍ଜନଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ବସାଇ ଜେରା […]

bolangir

Rakesh Mallick
  • Published: Monday, 22 June 2015
  • , Updated: 22 June 2015, 11:45 AM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଆରଆଇ, ଅମିନ ନିଯୁକ୍ତି ଅନିୟମିତତା ମାମଲାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ତ୍ରିପାଠୀ ଗିରଫ ହୋଇଛନ୍ତି। ଗତକାଲି ରାତିରେ ସୋନପୁରରୁ ନିରଞ୍ଜନଙ୍କୁ ଗିରଫ କରିଛି ଭିଜିଲାନସ୍ ବିଭାଗ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣି ଥିଲେ ନିରଞ୍ଜନ ତ୍ରିପାଠୀ। ଗିରଫ ପରେ ତାଙ୍କଠାରୁ ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସକୁ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି। ଏପରିକି ଗିରଫ ନିରଞ୍ଜନଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ବସାଇ ଜେରା କରିବା ଯୋଜନାରେ ରହିଛି ଭିଜିଲାନ୍ସ ବିଭାଗ। ଗିରଫ ନିରଞ୍ଜନଙ୍କ ସୋମବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟଚାଲାଣ କରାଯାଇଛି।

Related story