ରାଜ୍ୟ ଶୁଟିଂ ପ୍ରତିଯୋଗିତାରେ ବଲାଙ୍ଗିର ଶୁଟର୍‌ଙ୍କୁ ସଫଳତା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶୁଟିଂରେ ଚମକିଛନ୍ତି ବଲାଙ୍ଗିର ଝିଅ ବୀଣା ଥାପ୍ପା। ଚଳିତ ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲଠାରେ ଅନୁଷ୍ଠିତ ଏୟାର ରାଇଫଲ୍ ଓପନ୍ ସାଇଟ୍ ଶୁଟିଂ ଚାମ୍ପିୟନଶିପରେ ବୀଣା ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ଅମିତ୍ ନନ୍ଦ ଓ ଟୁଲୁ ସୁନା ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି। ଏହି ଶୁଟିଂ ଇଭେଣ୍ଟରେ ସଫଳତା ଅର୍ଜନ କରିଥିବା ସମସ୍ତ ଶୁଟରଙ୍କୁ ପିପି ଏକାଡେମୀ ପରିସରରେ ଆରଏନ ସିଂଦେଓ ଶୁଟିଂ […]

bolangir

Ranjit Kumar Jena
  • Published: Monday, 11 January 2021
  • , Updated: 11 January 2021, 04:41 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶୁଟିଂରେ ଚମକିଛନ୍ତି ବଲାଙ୍ଗିର ଝିଅ ବୀଣା ଥାପ୍ପା। ଚଳିତ ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲଠାରେ ଅନୁଷ୍ଠିତ ଏୟାର ରାଇଫଲ୍ ଓପନ୍ ସାଇଟ୍ ଶୁଟିଂ ଚାମ୍ପିୟନଶିପରେ ବୀଣା ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ଅମିତ୍ ନନ୍ଦ ଓ ଟୁଲୁ ସୁନା ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି।

ଏହି ଶୁଟିଂ ଇଭେଣ୍ଟରେ ସଫଳତା ଅର୍ଜନ କରିଥିବା ସମସ୍ତ ଶୁଟରଙ୍କୁ ପିପି ଏକାଡେମୀ ପରିସରରେ ଆରଏନ ସିଂଦେଓ ଶୁଟିଂ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପଦକ ବିଜେତାମାନେ ପିପି ଏକାଡେମୀରେ ଅଭ୍ୟାସ କରି ସଫଳତା ପାଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ କଟକଣା ଯୋଗୁ ବଲାଙ୍ଗିରରେ ଶୁଟିଂ ରେଞ୍ଜ ବନ୍ଦ ରହିଛି। ତେଣୁ ଏହାକୁ ଖୁବଶୀଘ୍ର ଖୋଲାଯିବ, ଯାହାଦ୍ୱାରା ଶୁଟରମାନେ ଏଠାରେ ପୁଣିଥରେ ଅଭ୍ୟାସ ଆରମ୍ଭ କରିପାରିବେ।

Related story