ହାଟ ସାରି ଘରକୁ ଫେରୁଥିଲେ, ପିଟିଦେଲା ବୋଲେରୋ

ବାଲିଗୁଡ଼ା(ଅଜିତ ନାୟକ): ହାଟ ସାରି ଅଟୋରେ ଘରକୁ ଫେରୁଥିବା ବେଳେ ପିଟିଦେଲା ବୋଲେରୋ। ରାସ୍ତାରେ ଚାଲିଗଲା ଜଣେ ହାଟୁଆଙ୍କ ଜୀବନ। ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦାରିଙ୍ଗିବାଡ଼ ଥାନା ଅଞ୍ଚଳରେ ଘଟିଛି। ଆଜି ଥିଲା ଦାରିଙ୍ଗିବାଡ଼ି ସାପ୍ତାହିକ ହାଟ। ସେଥିପାଇଁ କେରୁବାଡ଼ି ଗାଁର ଲୋକମାନେ ହାଟକୁ ସଉଦା କରିବାକୁ ଯାଇଥିଲେ। ହାଟ ସାରି ସେମାନେ ଏକ ଯାତ୍ରୀବାହୀ ଅଟୋରେ ଘରକୁ ଫେରୁଥିଲେ। ତେବେ ଏନ୍‌ଏଚ୍‌-୫୯ର ସିଆଙ୍ଗବାଲି […]

bolero-and-auto-accident-in-nh-59

bolero-and-auto-accident-in-nh-59

Manoranjan Sial
  • Published: Sunday, 08 December 2019
  • Updated: 09 December 2019, 10:05 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ହାଟ ସାରି ଅଟୋରେ ଘରକୁ ଫେରୁଥିବା ବେଳେ ପିଟିଦେଲା ବୋଲେରୋ। ରାସ୍ତାରେ ଚାଲିଗଲା ଜଣେ ହାଟୁଆଙ୍କ ଜୀବନ। ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦାରିଙ୍ଗିବାଡ଼ ଥାନା ଅଞ୍ଚଳରେ ଘଟିଛି।

ଆଜି ଥିଲା ଦାରିଙ୍ଗିବାଡ଼ି ସାପ୍ତାହିକ ହାଟ। ସେଥିପାଇଁ କେରୁବାଡ଼ି ଗାଁର ଲୋକମାନେ ହାଟକୁ ସଉଦା କରିବାକୁ ଯାଇଥିଲେ। ହାଟ ସାରି ସେମାନେ ଏକ ଯାତ୍ରୀବାହୀ ଅଟୋରେ ଘରକୁ ଫେରୁଥିଲେ। ତେବେ ଏନ୍‌ଏଚ୍‌-୫୯ର ସିଆଙ୍ଗବାଲି ଛକର ବୁଲାଣୀ ରାସ୍ତାରେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମଙ୍ଗୁଳି ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ସମେତ ୧୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗିବାଡ଼ି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଦାରିଙ୍ଗିବାଡ଼ି ଥାନା ପୁଲିସ ଅଟୋ ଓ ବୋଲେରୋକୁ ଜବତ କରିଛି। ଏହି ଘଟଣା ବୋଲେରୋ ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos