ଗଛରେ ପିଟି ହୋଇ ଜଳିଗଲା ବୋଲେରୋ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଏହା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବଲାଙ୍ଗିର ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା […]

car

car

Jitendra Garnayak
  • Published: Sunday, 26 May 2019
  • Updated: 26 May 2019, 12:13 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଏହା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବଲାଙ୍ଗିର ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଖବର ପାଇ ସଇଁତଳାରୁ ଦମକଳ ବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲା ଓ ନିଆଁକୁ ଆୟତ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos