ଓଡ଼ିଶା ଫେରିଥିବା ଝିଅମାନେ ମୋ ପରିବାରର, ଭିଡିଓ ଜାରି କରି ଭାବବିହ୍ୱଳ ହେଲେ ସୋନୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍‌ଡାଉନ୍‌ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି ତାଙ୍କୁ ଉଦ୍ଧାର କଲେ ସେ ନେଇ ଏକ ଭିଡିଓରେ ସବୁ କଥା କହିଛନ୍ତି ସୋନୁ। ସୋନୁ ଭିଡିଓରେ କହିଛନ୍ତି- “ ମୁଁ ୧୭୦ ଜଣ ଲୋକଙ୍କୁ […]

bc890

bc890

Tapas Behera
  • Published: Saturday, 30 May 2020
  • Updated: 31 May 2020, 07:42 AM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍‌ଡାଉନ୍‌ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି ତାଙ୍କୁ ଉଦ୍ଧାର କଲେ ସେ ନେଇ ଏକ ଭିଡିଓରେ ସବୁ କଥା କହିଛନ୍ତି ସୋନୁ।

ସୋନୁ ଭିଡିଓରେ କହିଛନ୍ତି- “ ମୁଁ ୧୭୦ ଜଣ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିଲି,ମୋତେ ଖୁବ୍ ଭଲ ଲାଗିଲା। ଲାଗିଲା ଯେମିତି ମୁଁ ମୋ ପରିବାର ଲୋକଙ୍କୁ ଫେରାଇ ଆଣିଛି। ପ୍ରଥମେ ସୋସିଆଲ୍‌ ମିଡିଆରୁ ଏ ବିଷୟରେ ଜାଣିଲି।  ଭୁବନେଶ୍ୱରରେ ମୋର ଜଣେ ବନ୍ଧୁ ଅଛନ୍ତି। ସେ ମୋତେ ଏ ବିଷୟରେ କହିଲେ। ଏହାପରେ ମୋତେ ଅନେକ ଅନୁମତି ନେବାକୁ ପଡ଼ିଥିଲା। ଶେଷରେ ଆମେ ସେମାନଙ୍କୁ ବିମାନରେ ଆଣିବାରେ ସକ୍ଷମ ହେଲୁ।”
https://www.facebook.com/OdishaReporter/videos/2802246023236412/

ଏହି ଘଟଣା ତାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ହୋଇ ରହିବା ବୋଲି ସୋନୁ କହିଛନ୍ତି। ସେ କହିଛନ୍ତି “ କୋଚିରୁ ଓଡ଼ିଶା ବିମାନ ନେଇ ଆସିବା ଘଟଣା ମୋ ପାଇଁ ସବୁବେଳେ ସ୍ପେଶାଲ୍ ହୋଇ ରହିବ। କାରଣ ମୁଁ ଯେତେବେଳେ ସେମାନଙ୍କ ସହ କଥା ହେଉଥିଲି, ସେମାନେ କାନ୍ଦୁଥିଲେ ଓ ମୋ କଥାକୁ ବିଶ୍ୱାସ କରିପାରୁ ନଥିଲେ। ମୁଁ କିନ୍ତୁ ସମସ୍ତଙ୍କୁ ବିଶ୍ୱାସ କରିବାକୁ କହିଥିଲି। ତାଙ୍କ ଘର ଲୋକ ସମସ୍ତେ ଅପେକ୍ଷାରେ ଥିଲେ। ମୁଁ ବହୁତ ଖୁସି ଯେ ସେମାନଙ୍କ ଯାତ୍ରାରେ ସହଯୋଗ କରିପାରିଲି। ଏଥିପାଇଁ ମୋତେ ସହଯୋଗ କରିଥିବାରୁ ଓଡ଼ିଶାବାସୀଙ୍କୁ ବହୁତ ଧନ୍ୟବାଦ।”

ଏଥିସହିତ ଭିଡିଓରେ ଓଡ଼ିଶାବାସୀଙ୍କ ପ୍ରତି ନିଜର ଭଲପାଇବା ଦର୍ଶାଇବା ସହିତ ସମସ୍ତଙ୍କ ସହିତ ଭେଟ କରିବାକୁ କହିଛନ୍ତି ସୋନୁ। ସେ କହିଛନ୍ତି “ ଗତଥର ମୁଁ ଭୁବନେଶ୍ୱର ଆସିଥିଲି, ମୋତେ ଖୁବ୍ ଭଲ ଲାଗିଥିଲା। ଭୁବନେଶ୍ୱର ଏକ ବଢ଼ିଆ ଜାଗା। ପୁଣି କେବେ ଭୁବନେଶ୍ୱର ଆସିଲେ ସମସ୍ତଙ୍କୁ ଭେଟିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos