ଓଡିଆ ଖାଦ୍ୟର ଦିୱାନା ଅଣ ଓଡିଆ ଅଭିନେତା ଓ ନେତା: ଜାଣନ୍ତୁ କାହାର ପସନ୍ଦ କ'ଣ

ପ୍ରତ୍ୟକ ରାଜ୍ୟର ସ୍ୱତନ୍ତ୍ର ପରିଚୟ ରହିଛି। ଭିନ୍ନ ଭିନ୍ନ ରାଜ୍ୟର ରହିଛି ଭିନ୍ନ ଧରଣର ଖାଦ୍ୟ।  ଯେମିତି କି ଆମ ରାଜ୍ୟ ଓଡିଶା। ଅନେକ ସ୍ୱାଦିଷ୍ଟ ଖାଦ୍ୟର ଠିକଣା ଓଡିଶା। ଯୁଆଡେ ଯାଅନା କାହିଁକି ଓଡିଆ ଖାଦ୍ୟକୁ ସବୁବେଳେ ମନ ଝୁରିହୁଏ। କାରଣ ତାର ସ୍ୱାଦ ନିଆରା। ଓଡିଆ ଖାଦ୍ୟ ଯେ କେବଳ ଓଡିଆ ଲୋକଙ୍କୁ ବାନ୍ଧି ରଖିଛି ତାହା ନୁହେଁ , ଓଡିଶା ବାହାରେ ବହୁ କଳାକାରଙ୍କୁ ମଧ୍ୟ କିମିଆଁ କରିଛି। ବାହାର ରାଜ୍ୟରୁ ଆସିଥିବା […]

ayushman

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 03:33 PM IST

ପ୍ରତ୍ୟକ ରାଜ୍ୟର ସ୍ୱତନ୍ତ୍ର ପରିଚୟ ରହିଛି। ଭିନ୍ନ ଭିନ୍ନ ରାଜ୍ୟର ରହିଛି ଭିନ୍ନ ଧରଣର ଖାଦ୍ୟ।  ଯେମିତି କି ଆମ ରାଜ୍ୟ ଓଡିଶା। ଅନେକ ସ୍ୱାଦିଷ୍ଟ ଖାଦ୍ୟର ଠିକଣା ଓଡିଶା। ଯୁଆଡେ ଯାଅନା କାହିଁକି ଓଡିଆ ଖାଦ୍ୟକୁ ସବୁବେଳେ ମନ ଝୁରିହୁଏ। କାରଣ ତାର ସ୍ୱାଦ ନିଆରା। ଓଡିଆ ଖାଦ୍ୟ ଯେ କେବଳ ଓଡିଆ ଲୋକଙ୍କୁ ବାନ୍ଧି ରଖିଛି ତାହା ନୁହେଁ , ଓଡିଶା ବାହାରେ ବହୁ କଳାକାରଙ୍କୁ ମଧ୍ୟ କିମିଆଁ କରିଛି। ବାହାର ରାଜ୍ୟରୁ ଆସିଥିବା ସେଲିବ୍ରେଟି ତଥା କ୍ରିଡାବିତ୍‌ ଓଡିଆ ଖାଦ୍ୟର ପ୍ରଶଂସା କରିଛନ୍ତି। ଆସନ୍ତୁ ଜାଣିବା କେଉଁମାନଙ୍କୁ ପାଗଳ କରିଛି ଓଡିଆ ଖାନା।

ଆୟୁଷମାନ ଖୁରାନା- ଆୟୁଷମାନ୍‌ ଖୁରାନାଙ୍କୁ ଓଡିଶା ଛେନାପୋଡ ଖୁବ୍‌ ପସନ୍ଦ। ନିକଟରେ ସେ ତାଙ୍କ ବ୍ୟାଣ୍ଡ 'ଆୟୁଷମାନ୍‌ଭବ' ସହ ଭୁବନେଶ୍ୱରରେ ଏକ ଇଭେଣ୍ଡକୁ ଆସିଥିଲେ। ସେ ସମୟରେ ସେ ଓଡିଶାର ଛେନାପୋଡ ଖାଇଥିଲେ ଓ ଖୁବ୍‌ ପ୍ରଶଂସା କରିଥିଲେ।

କ୍ଲାଉଡିଆ ସିଜଲା- ବଲିଉଡ୍ ଅଭିନେତ୍ରୀ କ୍ଲାଉଡିଆ ସିଜଲା।  ନିକଟରେ କ୍ଲାଉଡିଆ ରାଉରକେଲା ଆସିଥିଲେ। ଓଡିଶାରେ ତାଙ୍କୁ ସବୁଠୁ ଭଲ କଣ ଲାଗିଲା ପଚାରିବାକୁ ସେ କହିଲେ 'ଡାଲମା'।

ନିଶାନ୍ତ ତନୱାର- ନିଶାନ୍ତ ଜଣେ ହାସ୍ୟ ଅଭିନେତା। ୨୦୧୮ ଜାନୁଆରୀରେ ଭୁବନେଶ୍ୱରରେ ତାଙ୍କର 'ଜୁଗାଡ ଷ୍ଟାଣ୍ଡଅପ୍‌ କମେଡି' ଶୋ’ ଚାଲିଥିଲେ। ସେ ସମୟରେ ସେ କହିଥିଲେ ଓଡିଶାର 'ରସୋଗଲା' ତାଙ୍କର ଫେବରିଟ୍‌। ଏଥିସହ ସେ ପଖାଳ ଓ ମାଛଭଜା ଖାଇବାକୁ ମଧ୍ୟ ଭଲ ପାଆନ୍ତି।

ପ୍ରଣବ ମୁଖାର୍ଜୀ, ଲାଲ କ୍ରିଷ୍ଣା ଆଡଭାନି-

ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଲାଲ କ୍ରିଷ୍ଣା ଆଡଭାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରେ ପଖାଳ ଭାତ ଖାଇଥିଲେ। ଏହାପରେ ତାଙ୍କର ପସନ୍ଦ ହୋଇଯାଇଥିଲା ପଖାଳ ଭାତ।

ଯୁବରାଜ ସିଂ- ୬ବଲ୍‌ରେ ୬ ଛକା ମାରିଥିବା ଦୃତ ବ୍ୟାଟସ୍‌ମ୍ୟାନ୍ ଯୁବରାଜ ସିଂ। ବାରବାଟୀରେ ଏକ ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ସେ କହିଥିଲେ ତାଙ୍କୁର ଫେଭ୍‌ରିଟ୍‌ ଓଡିଶା 'ଛୁଇଁ ତରକାରୀ' ।

Related story