କଟକ (ଓଡ଼ିଶା ରିପୋର୍ଟର): କଟକ ବାଦାମବାଡ଼ି ଥାନାଠାରୁ ୧୦୦ ମିଟର ଦୂର ଜୟଶ୍ରୀ ସିନେମା ହଲ ନିକଟରେ ଆଜି ବୋମା ମାଡ଼ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। ବସ୍ ଷ୍ଟାଣ୍ଡ ହକର ବିବାଦକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବୋମା ମାଡ଼ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ମାସକ ଭିତରେ ବାଦାମବାଡ଼ି ଅଞ୍ଚଳରେ ତୃତୀୟ ଥର ପାଇଁ ବୋମାମାଡ଼ ହୋଇଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଯାହା ଏବେ ପୋଲିସର ଚିନ୍ତା ବଢ଼ାଇ ଦେଇଛି।