ପୋଲ ତଳକୁ ଖସି ପଡ଼ିଲା ଇଟା ବୋଝେଇ ଡମ୍ପର,ଚାଳକ ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାର ଗଉଡୁଣିପୋଶ ପୋଲରେ ଏକ ଇଟା ବୋଝେଇ ଡମ୍ପର ଭାରସାମ୍ୟ ହରାଇ ୫୦ଫୁଟ୍ ତଳକୁ ଖସି ପଡ଼ିଛି। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣା ପରେ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା