ଖୋଲିପାରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର […]

beer-1

Niharika Rout
  • Published: Saturday, 02 May 2020
  • , Updated: 02 May 2020, 02:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି।

ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା ପାଇଁ ମଦ ତିଆରି ହେଉଥିବା ଫ୍ୟାକ୍ଟ୍ରି ଖୋଲିବାକୁ ପଡିବ।

ରାଜ୍ୟ ସରକାର ଅନୁମତି ଦେଲେ ଏବେଠାରୁ ଫ୍ୟାକ୍ଟ୍ରି ଖୋଲାଯାଇ ଉତ୍ପାଦନ କରାଯାଇପାରିବ । ଯଦି ଖୋଲିବା ପାଇଁ ଅନୁମତି ମିଳେ ତେବେ ସମାଜିକ ଦୂରତା ଅବଲମ୍ବନ କରି, ୫୦% କର୍ମଚାରୀ ନିୟୋଜନ ସହ ମାସ୍କ, ସାନିଟାଇଜେସନ ଇତ୍ୟାଦି କୋଭିଡ୍ ନିୟମକୁ ପାଳନ କରି ଫ୍ୟାକ୍ଟ୍ରି ଗୁଡିକ ଚାଲିପାରିବ। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ରାଜ୍ୟରେ ଥିବା ୧୨ ବଟଲିଂ ପ୍ଲାଣ୍ଟ, ୫ ବ୍ରିଉରିଜ୍ ଏବଂ ୨ଟି ଡିଷ୍ଟଲିରିଜ୍ ଗତ ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ଅଛି।

Related story