ବୌଦ୍ଧ: ଭାସି ଯାଇଛି ହରିଡ଼ାବିଡ଼ା ପୋଲ, ବର୍ଷେ ପରେ ବି ହେଉନି ମରାମତି

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଣୀଭୁଶଣପୁର ପଞ୍ଚାୟତର ହରିଡ଼ାବିଡ଼ା ଠାରେ ଥିବା ପୋଲଟି ଗତବର୍ଷ ବନ୍ୟାରେ ସଂପୂର୍ଣ୍ଣ ଭାସିଯାଇଥିଲା। ମାତ୍ର ବର୍ଷେ ପରେ ବି ଏହାର ମରାମତି ହେଉ ନଥିବା ଯୋଗୁ ବାଣୀଭୁଶଣପୁର ପଞ୍ଚାୟତର ୧୦ଟି ଗାଁର ଲୋକେ ଭାରି ହଇରାଣ ହେଉଛନ୍ତି।

boudhapola

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 03:30 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଣୀଭୁଶଣପୁର ପଞ୍ଚାୟତର ହରିଡ଼ାବିଡ଼ା ଠାରେ ଥିବା ପୋଲଟି ଗତବର୍ଷ ବନ୍ୟାରେ ସଂପୂର୍ଣ୍ଣ ଭାସିଯାଇଥିଲା। ମାତ୍ର ବର୍ଷେ ପରେ ବି ଏହାର ମରାମତି ହେଉ ନଥିବା ଯୋଗୁ ବାଣୀଭୁଶଣପୁର ପଞ୍ଚାୟତର ୧୦ଟି ଗାଁର ଲୋକେ ଭାରି ହଇରାଣ ହେଉଛନ୍ତି।

[caption id="attachment_22120" align="aligncenter" width="800"] ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭଙ୍ଗା ପୋଲ ପାର କରାଉଛନ୍ତି ଅଭିଭାବକ[/caption]

ଭଙ୍ଗା ପୋଲ ଦେଇ ଯିବା ଆସିବା କଲା ବେଳେ ଲୋକେ ବହୁ ହଇରାଣ ହେଉଛନ୍ତି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀମାନେ ଯିବା ଆସିବା କଲା ବେଳେ ଭାରି ହଇରାଣ ହେଉଛନ୍ତି। ଛୁଆମାନେ ସ୍କୁଲ ଯିବାଆସିବା କରିବା ସମୟରେ ଅତିକମରେ ଦୁଇ ଜଣ ଅଭିଭାବକଙ୍କୁ ପୋଲ ପାଖରେ ଉପସ୍ଥିତ ରହିବାକୁ ପଡୁଛି ବୋଲି କହିଛନ୍ତି ହରିଡ଼ାବିଡ଼ା ଗାଁର ଅଶୋକ କମ୍ପ ଓ ରବୀନ୍ଦ୍ର ମାଝି। ଛାତ୍ରଛାତ୍ରୀମାନଙ୍କୁ ପୋଲର ଏପଟରୁ ସେପଟକୁ ପାର କରାଇ ଥାଆନ୍ତି ଅଭିଭାବକମାନେ। ବର୍ଷା ଦିନ ଚାଲିଥିବା ଯୋଗୁ ଚିନ୍ତା ଆହୁରି ବଢ଼ିଯାଇଛି। କେତେବେଳେ ଭଙ୍ଗା ପୋଲ ଦେଇ ପାଣି ବୋହି ଆସିବ ତାହା ଜଣାନାହିଁ। ଅନେକ ସମୟରେ ଲୋକେ ଭଙ୍ଗା ପୋଲ ପାର ହେବା ବେଳେ ପଡ଼ି ଖଣ୍ଡିଆ ଖବରା ମଧ୍ୟ ହେଉଛନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ ୧୬ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ପୋଲଟି ଭାଙ୍ଗି ଯିବା ଯୋଗୁଁ ଲୋକେ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଅଞ୍ଚଳକୁ ୧୦୮ ଆମ୍ବୁଲାନ୍ସ, ଜନନୀ ସୁରକ୍ଷା ଓ ଦମକଳ ଗାଡ଼ି ଆସି ପାରୁନି। କିନ୍ତୁ ଯେତେ ଗୁହାରୀ କଲେ ବି କିଛି ସୁଫଳ ମିଳିନାହିଁ।  ସରକାର ତୁରନ୍ତ ଏଠାରେ ନୂଆ ପୋଲ ନିର୍ମାଣ ନକଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯିବା ବୋଲି ହରିଡ଼ାବିଡ଼ାର ଶ୍ୟାମ ବେହେରା କହିଛନ୍ତି।

ଏ ସଂପର୍କରେ ହରଭଂଗା  ବିଡିଓ ନିହାରଞ୍ଜନ କଅଁର କହିଛନ୍ତି ଯେ ଟଙ୍କା ଆସିଲେ ପୋଲ କାମ ହେବ।

Related story