ବୌଦ୍ଧ: ଜମିରେ ପାଣି ମଡାକୁ କେନ୍ଦ୍ର କରି ଯୁବକଙ୍କ ଗୋଡ କାଟିଦେଲେ ସମ୍ପର୍କୀୟ ଭାଇ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜମିରେ ପାଣି ମଡାକୁ ନେଇ ଏକ ଅମାନୁଷିକ କାଣ୍ଡ ଘଟିଯାଇଛି । ମନମୁଣ୍ଡା ଥାନା କୁଲୁତାଯୋର ଗାଁରେ ମନୋଜ ରଣା ନାମକ ଜଣେ ଯୁବକଙ୍କ ଗୋଡକୁ ତାଙ୍କ ସମ୍ପର୍କୀୟ ଭାଇମାନେ ଟାଙ୍ଗିଆରେ ହାଣି ଦେଇଛନ୍ତି । ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ କଣ୍ଟାମାଳ ଥାନାରେ ମାମଲା ରୁଜୁ ହୋଇଛି। ମନୋଜଙ୍କୁ ଆକ୍ରମଣ […]

boudha

boudha

Rakesh Mallick
  • Published: Friday, 07 August 2015
  • Updated: 07 August 2015, 03:26 AM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜମିରେ ପାଣି ମଡାକୁ ନେଇ ଏକ ଅମାନୁଷିକ କାଣ୍ଡ ଘଟିଯାଇଛି । ମନମୁଣ୍ଡା ଥାନା କୁଲୁତାଯୋର ଗାଁରେ ମନୋଜ ରଣା ନାମକ ଜଣେ ଯୁବକଙ୍କ ଗୋଡକୁ ତାଙ୍କ ସମ୍ପର୍କୀୟ ଭାଇମାନେ ଟାଙ୍ଗିଆରେ ହାଣି ଦେଇଛନ୍ତି । ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ କଣ୍ଟାମାଳ ଥାନାରେ ମାମଲା ରୁଜୁ ହୋଇଛି। ମନୋଜଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ କୁଲୁତାଯୋର ଗାଁରେ ଜମିରେ ପାଣି ମଡ଼ାଇବାକୁ ନେଇ ମନୋଜ ଓ ତାଙ୍କ କକାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗୁରୁବାର ମନୋଜ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ତାଙ୍କ କକା ପୁଅ ଆର୍ତ୍ତ, ଯୁଗେଶ୍ୱର ଏବଂ କିଶୋର ହଠାତ ଆକ୍ରମଣ କରିଥିଲେ । ସେମାନେ ଏକ ଟାଙ୍ଗିଆରେ ମନୋଜଙ୍କ ଗୋଡକୁ ହାଣି ଦେଇ ଫେରାର ହୋଇଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos