ବୌଦ୍ଧ, ନୂଆପଡ଼ାରେ ମନ୍ତ୍ରୀଙ୍କୁ ବିରୋଧ

ବୌଦ୍ଧ/ନୂଆପଡା: ଜିଲ୍ଲାଗସ୍ତରେ ଥିବା ମନ୍ତ୍ରୀମାନଙ୍କୁ ବିରୋଧ ଜାରି ରହିଛି। ଆଜି ବୌଦ୍ଧ ଓ ନୂଆପଡ଼ାରେ ଉନ୍ନୟନ କାମର ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମନ୍ତ୍ରୀମାନେ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଗୁରୁତ୍ୱ ଦେଉ ନ ଥିବା ବିରୋଧୀ ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ ବିଜେପ ଓ କଂଗ୍ରେସ କର୍ମୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗାଁକୁ ଯାଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର […]

boudh

boudh

Rakesh Mallick
  • Published: Wednesday, 04 November 2015
  • Updated: 05 November 2015, 02:23 AM IST

Sports

Latest News

ବୌଦ୍ଧ/ନୂଆପଡା: ଜିଲ୍ଲାଗସ୍ତରେ ଥିବା ମନ୍ତ୍ରୀମାନଙ୍କୁ ବିରୋଧ ଜାରି ରହିଛି। ଆଜି ବୌଦ୍ଧ ଓ ନୂଆପଡ଼ାରେ ଉନ୍ନୟନ କାମର ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମନ୍ତ୍ରୀମାନେ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଗୁରୁତ୍ୱ ଦେଉ ନ ଥିବା ବିରୋଧୀ ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ ବିଜେପ ଓ କଂଗ୍ରେସ କର୍ମୀ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗାଁକୁ ଯାଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ମରୁଡ଼ି ସ୍ଥିତି ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ । ବୌଦ୍ଧ ସହରକୁ ଆସିବା ବେଳେ ଏନଏସି ଛକରେ ସେମାନଙ୍କୁ ବିଜେପି କର୍ମୀମାନେ ବିରୋଧ କରି କଳାପତାକା ଦେଖାଇଥିଲେ । ଘଟଣାସ୍ଥଳରୁ ପୋଲିସ ୧୫ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।

ସେହିପରି ନୂଆପଡ଼ାରେ ବି ବିରୋଧର ସମ୍ମୁଖୀନ ହୋଇଥିଲେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ନୂଆପଡା ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ କର୍ମୀ। ମରୁଡ଼ି ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଜିଲ୍ଲା ଗସ୍ତରେ ଆସୁଥିବା ମନ୍ତ୍ରୀମାନେ ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।

ଗତକାଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ଯଥାକ୍ରମେ ବଲାଙ୍ଗିର ଓ ଗଞ୍ଜାମରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ସରକାରୀ ଯୋଜନା ଓ ଉନ୍ନୟନମୂଳକ କାମର ସମୀକ୍ଷା ପାଇଁ ମନ୍ତ୍ରୀ ଓ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମାସର ପ୍ରଥମ ସପ୍ତାହର ୪ ଦିନ ମନ୍ତ୍ରୀ ଓ ସଚିବମାନେ ବଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ। ତେବେ ମନ୍ତ୍ରୀମାନେ ନିଜ ଜିଲ୍ଲାକୁ ନ ଯାଇ ଅଲଗା ଅଲଗା ଜିଲ୍ଲାକୁ ଯାଇ କାର୍ଯ୍ୟର ତଦାରଖ କରିବେ। ଗତକାଲିଠାରୁ ମନ୍ତ୍ରୀ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ମନ୍ତ୍ରୀମାନଙ୍କ ଜିଲ୍ଲା ଗସ୍ତକୁ ପ୍ରହସନ ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମନ୍ତ୍ରୀମାନେ ସ୍ୱୀକାର କରିସାରିଛନ୍ତି ଯେ ଜିଲ୍ଲାପାଳ ଓ ସଚିବ ମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ। ଏଭଳି ସ୍ଥିତିରେ ମନ୍ତ୍ରୀମାନଙ୍କ ଜିଲ୍ଲାଗସ୍ତ ପ୍ରହସନ ଛଡା ଆଉ କିଛି ନୁହେଁ। ସେହିପରି ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ତାଙ୍କ ଦଳ ଓ କେନ୍ଦ୍ରସରକାରଙ୍କ ଏକ ପ୍ରତିନିଧି ଦଳ ମରୁଡି ଅଞ୍ଚଳ ଗସ୍ତ କରୁଥିବା ଦେଖି ଭୟ ପାଇଯାଇଛି ବିଜେଡି। ସେଥିପାଇଁ ମନ୍ତ୍ରୀମାନେ ଏବେ ଜିଲ୍ଲା ଗସ୍ତ କରୁଛନ୍ତି। କେବଳ ଭୋଟରଙ୍କୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story