ବ୍ରହ୍ମପୁରରେ ମାଫିଆ ରାଜ୍: ବେଆଇନ କିସମ ପରିବର୍ତ୍ତନ ହୋଇ ବିକ୍ରି ହେଉଛି ବନ୍ଧକ ଜମି

ବ୍ରହ୍ମପୁର: ଜମି ମାଲିକ ବନ୍ଧା ରଖି ସମବାୟ ସଂସ୍ଥାଠାରୁ ଋଣ ଆଣିଛନ୍ତି। ବର୍ଷକୁ ବର୍ଷ କିସ୍ତି ବି ଶୁଝୁଛନ୍ତି ଓ ପୁଣି ଋଣ ନେଉଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଜମି ଆଉ ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ନାହିଁ। ଏମିତି ଜମି କେଳେଙ୍କାରୀ ଅଭିଯୋଗ ଆସିଛି ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକରୁ। ଘଟଣା ସାମ୍ନାକୁ ଆସିବା ପରେ ସମବାୟ ବିଭାଗ ସବ୍ ରେଜିଷ୍ଟ୍ରାର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ତେବେ ଏହା ପଛରେ ଜମି ମାଫିଆଙ୍କ […]

bramhapur1

Rakesh Mallick
  • Published: Saturday, 12 December 2015
  • , Updated: 13 December 2015, 03:45 AM IST

ବ୍ରହ୍ମପୁର: ଜମି ମାଲିକ ବନ୍ଧା ରଖି ସମବାୟ ସଂସ୍ଥାଠାରୁ ଋଣ ଆଣିଛନ୍ତି। ବର୍ଷକୁ ବର୍ଷ କିସ୍ତି ବି ଶୁଝୁଛନ୍ତି ଓ ପୁଣି ଋଣ ନେଉଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଜମି ଆଉ ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ନାହିଁ। ଏମିତି ଜମି କେଳେଙ୍କାରୀ ଅଭିଯୋଗ ଆସିଛି ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକରୁ। ଘଟଣା ସାମ୍ନାକୁ ଆସିବା ପରେ ସମବାୟ ବିଭାଗ ସବ୍ ରେଜିଷ୍ଟ୍ରାର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ତେବେ ଏହା ପଛରେ ଜମି ମାଫିଆଙ୍କ ହାତ ଥିବା ସନ୍ଦେହ କରାଯାଉଛି।

କୁକୁଡାଖଣ୍ଡି ଆମ୍ୱଗଡ଼ ମୌଜାରେ ବେଆଇନ କିସମ ପରିବର୍ତ୍ତନ କରାଯାଇ ବନ୍ଧକ ଜମି ବିକ୍ରି କରାଯାଉଛି। ଏଥିରେ ଜମି ମାଫିଆଙ୍କ ହାତ ଥିବା ଅଭିଯୋଗ ହେଉଛି। ଆମ୍ୱଗଡ଼ର ବୃନ୍ଦାବନ ପତି ଆମ୍ୱଗଡ଼ ମୌଜାରେ ଜମି ବନ୍ଧକ ରଖି  ସମବାୟ ସଂସ୍ଥାରୁ ଋଣ ଆଣିଛନ୍ତି। ଋଣ ପରିଶୋଧ କରିନାହାନ୍ତି, ହେଲେ ସେ ତାଙ୍କ ଜମି ବିକ୍ରି କରିଦେଇଛନ୍ତି। ବିକ୍ରି ପରେ ବି ସମବାୟ ସଂସ୍ଥାରୁ ସେ ଋଣ ଆଣିଛନ୍ତି। କେବଳ ବୃନ୍ଦାବନ ନୁହେଁ, ଦିବାକର ପତି, ରାମଚନ୍ଦ୍ର ପତି, ତାରିଣୀ ପତି, ମହାଲକ୍ଷ୍ମୀ ମହାନ୍ତି, ମଙ୍ଗୁଳୁ ଚରଣ ବିଶୋୟୀ ଓ ରବୀନ ପତି ସମବାୟ ସଂସ୍ଥାକୁ ଋଣ ପରିଶୋଧ ନ କରି ଜମି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସମବାୟ ସମିତିର ତଦନ୍ତ ପରେ ଘଟଣା ସାମ୍ନାକୁ ଆସିଛି। ବିକ୍ରି କବଲାକୁ ରଦ୍ଦ କରିବା ପାଇଁ ସମବାୟ ସମିତି ସହକାରୀ ନିବନ୍ଧକ ବ୍ରହ୍ମପୁର ସବ ରେଜିଷ୍ଟ୍ରାକଙ୍କୁ ଚିଠି ଲେଖିଛନ୍ତି। ଏ ନେଇ ବୃନ୍ଦାବନ କହିଛନ୍ତି, ଋଣ କରିଛି। ହେଲେ ଆବଶ୍ୟକ ପଡିବାରୁ ଜମି ବିକ୍ରି କରିବାକୁ ବାଧ୍ୟ ହୋଇଛି। ତେବେ ଜମି ବିକ୍ରି କରିଥିବା ଅନ୍ୟ ବ୍ୟକ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷେ ଆମ୍ୱଗଡ଼ ମୌଜାରେ ଜମିର ଦାମ ଯେତିକି ତା’ ଠାରୁ ଯଥେଷ୍ଟ କମରେ ବିକ୍ରି କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏହି ଜମି କାରବାର ପଛରେ କିଛି ରାକେଟ୍ କାମ କରୁଛି କି, ସମବାୟ ସମିତି କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି କି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Related story