ରାଜ୍ୟ ବାହାରୁ ଏବେ ଓଡ଼ିଆଙ୍କୁ ଆଣିଲେ ସାଂଘାତିକ ସ୍ଥିତି ଉପୁଜିବ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକମାନଙ୍କର ପଞ୍ଜିକରଣ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକରୁ ଏହି ଶ୍ରମିକମାନଙ୍କୁ ଫେରାଇ ଆଣିଲେ ଓଡ଼ିଶାରେ ସ୍ଥିତି ସଙ୍ଗୀନ ହେବ ଓ ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ସାଂଘାତିକ ବୋଲି ସେ କହିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା […]

niranjan-2-750x430

niranjan-2-750x430

Manoranjan Sial
  • Published: Thursday, 23 April 2020
  • Updated: 23 April 2020, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକମାନଙ୍କର ପଞ୍ଜିକରଣ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକରୁ ଏହି ଶ୍ରମିକମାନଙ୍କୁ ଫେରାଇ ଆଣିଲେ ଓଡ଼ିଶାରେ ସ୍ଥିତି ସଙ୍ଗୀନ ହେବ ଓ ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ସାଂଘାତିକ ବୋଲି ସେ କହିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପରିବର୍ତ୍ତେ ସେଠାରେ କିଭଳି ରହିବେ, ତା’ର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଏବେ ରାଜ୍ୟକୁ ଫେରାଇ ଆଣିବା ଏକ ସାଂଘାତିକ ନିଷ୍ପତ୍ତି। ଲକଡାଉନ୍ ଖୋଲିବା ପରେ ବସ୍ ଅବା ଟ୍ରେନରେ ସେମାନଙ୍କୁ ଆଣିଲେ କ’ଣ ସଂକ୍ରମଣ ବଢ଼ିବ ନାହିଁ। ବରଂ ସେମାନେ ଯେଉଁଠାରେ ରହିଛନ୍ତି ସେଠାରେ ସେମାନଙ୍କ ଖାଦ୍ୟପେୟ, କାମଧନ୍ଦାର ବ୍ୟବସ୍ଥା କରି ସେମାନଙ୍କୁ ୫ହଜାର ଟଙ୍କା ଆର୍ଥିକ ସହାୟତା ଦେବାର ବନ୍ଦୋବସ୍ତ ସରକାର କରନ୍ତୁ। ଏବେ ସମସ୍ୟା ଭିତରେ ରାଜ୍ୟ ବାହାରେ ରହିଥିବା ଶ୍ରମିକମାନେ ଥରେ ଓଡ଼ିଶା ଫେରିଲେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହୁଏତ ନିଜର ପୁରୁଣା ଜାଗାକୁ ଯାଇ ନପାରନ୍ତି। ସେମାନେ ଏଠି କରିବେ କ’ଣ। ରାଜ୍ୟ ସରକାର ତ ସେମାନଙ୍କୁ କାମଧନ୍ଦା ଯୋଗାଇ ପାରୁନଥିବାରୁ ସେମାନେ ଅନ୍ୟ ରାଜ୍ୟକୁ ଯାଇଥିଲେ। ଏଠି ସେମାନଙ୍କୁ କାମ ନମିଳିଲେ ରାଜ୍ୟରେ ସ୍ଥିତି ଆହୁରି ସାଂଘାତିକ ହେବ। ଯେଉଁମାନେ ବି ଫେରିବେ ସେମାନେ ପ୍ରାୟତଃ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଫେରିବେ। ଏସବୁ ରାଜ୍ୟରେ ସଂକ୍ରମଣ ହାର ଅଧିକ।

ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କ ଯୋଗୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଥରେ ଅନ୍ୟ ରାଜ୍ୟରୁ ଶ୍ରମିକମାନେ ଫେରିଲେ ଓଡ଼ିଶାର ଅବସ୍ଥା କ’ଣ ହେବ ତାହା କହିବା କଷ୍ଟକର ହେବ।
ଏଠି ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ଅଫିସରମାନେ ହିଁ ସବୁ କାର୍ଯ୍ୟ କରନ୍ତି । କେରଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ଯୋଗୁ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି। ଅବଶ୍ୟ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ପ୍ରଶଂସନୀୟ ଓ ରାଜ୍ୟ ସରକାର ଅନେକ ଭଲ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ତାହା ଗ୍ରାମାଂଚଳରେ ରହୁଥିବା ଗରିବ ଲୋକଙ୍କ ପାଖରେ ପହଂଚି ପାରୁନି। ବିଜୁ ପଟ୍ଟନାୟକ ରାଜ୍ୟର ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ କିନ୍ତୁ ଏବେ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ରାସନକାର୍ଡକୁ ନେଇ ପୂର୍ବରୁ ଗ୍ରାମାଂଚଳରେ ରାଜନୀତି ହେଉଥିଲା। ଯେଉଁ ଗରିବ ଲୋକମାନେ ବାଦ୍ ପଡ଼ିଥିଲେ ଏବେ ସେମାନେ ହିଁ ବହୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story