ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ମହିଳାଙ୍କ ନାଁ ସରସ୍ୱତୀ ଭୋଇ।
ସୂଚନା ଅନୁସାରେ, ସପ୍ତାହେ ତଳେ ସରସ୍ୱତୀ ଭୋଇଙ୍କର ଭିଣୋଇ ଚରଣ ବାଘ ପରିବାର ସହିତ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ସରସ୍ୱତୀ ତାଙ୍କ ଭିଣୋଇ ଚରଣ ଭୋଇଙ୍କୁ ପିଟିଥିଲେ। ସେଥିପାଇଁ ରାଗରେ ଜଳୁଥିଲେ ଚରଣ। ସେ ଏହାର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ।
ଶେଷରେ ଯୋଜନା ଅନୁସାରେ ଚରଣ ବାଘ ଗତକାଲି ସରସ୍ୱତୀ ଭୋଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଏକୁଟିଆ ଦେଖି ଟାଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିଲା। ରେଢ଼ାଖୋଲ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ଛାନ୍ଭିନ୍ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ: ପ୍ରଭାତୀ ପରିଡ଼ା
ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ବି ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ।
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।