ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡ଼ି ଅଞ୍ଚଳରୁ ଆଜି ଭୋରରେ ୧ କିଲୋଗ୍ରାମ୍ ବ୍ରାଉନ୍ ସୁଗର୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡ଼ି ଅଞ୍ଚଳର ସପନ କୁମାର ପ୍ରଧାନ।
ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରେ ଷ୍ଟେସନ ବଜାରସ୍ଥିତ ମିଲ୍ବାଡ଼ି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ଏତେ ପରିମାଣର ବ୍ରାଉନ୍ ସୁଗର ଜବତ ହୋଇଛି। ଏଥିସହ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି।
ସପନ ଦୀର୍ଘଦିନ ଧରି ମିଲ୍ବାଡ଼ି ଅଞ୍ଚଳରେ ରହି ବ୍ରାଉନ ସୁଗର୍ ବେପାର କରି ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।