ସର୍ଭିସ୍ ବନ୍ଧୁକରେ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି( ଓଡ଼ିଶା ରିପୋର୍ଟର): ମାଲକାନଗିରି ଟନେଲ୍ ବିଏସ୍ଏଫ୍ କ୍ୟାମ୍ପରେ ଅଘଟଣ। ଜଣେ ଯବାନ ନିଜ ସର୍ଭିସ୍ ବନ୍ଧୁକରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପଙ୍କଜ କୁମାର।  ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପାରିବାରିକ କଳହରୁ ଏଭଳି କରିଥିବା ସନ୍ଦେହ କରାଯାଉଛି।