ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୨୪ ଯାତ୍ରୀ ଆହତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୪ ଜଣ ବସଯାତ୍ରୀ ଆହତ। ଆଜି ରାତିରେ ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକ ଠାରେ ଘଟିଛି ଏହି ସଡକ ଦୁର୍ଘଟଣା। ସୂଚନା ମୁତାବକ, ବଲାଙ୍ଗିରରୁ ବରଗଡକୁ ଯାଉଥିବା କୁମୁଦିନୀ ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ ବେଦାନ୍ତ କଂପାନୀ କାମରେ ନିୟୋଜିତ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ଭିତରୁ ୨୪ ଜଣ […]

accident

  • Published: Friday, 15 July 2022
  • , Updated: 15 July 2022, 10:54 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୪ ଜଣ ବସଯାତ୍ରୀ ଆହତ। ଆଜି ରାତିରେ ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକ ଠାରେ ଘଟିଛି ଏହି ସଡକ ଦୁର୍ଘଟଣା।

ସୂଚନା ମୁତାବକ, ବଲାଙ୍ଗିରରୁ ବରଗଡକୁ ଯାଉଥିବା କୁମୁଦିନୀ ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ ବେଦାନ୍ତ କଂପାନୀ କାମରେ ନିୟୋଜିତ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ଭିତରୁ ୨୪ ଜଣ ଯାତ୍ରୀ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଆମ୍ୱୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀ ମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ମାନଙ୍କ ଚିକିତ୍ସା ଜାରୀ ରହିଛି ।

Related story