ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ବସ୍ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବସ୍ଟି ବାଲେଶ୍ୱରରୁ ରାତି ପ୍ରାୟ ୪ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ମାତ୍ର ବସ୍ଟି ପ୍ରାୟ ଦେଢ ଘଣ୍ଟା ଆସିବା ପରେ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ରାସ୍ତା କଡ଼ରେ ବାଲି ଗଦା ହୋଇଥିଲା। ବସ୍ ଚାଳକ ଏହା ଜାଣି ନ ପାରି ଦ୍ରୁତ ଗତିରେ ଗାଡ଼ିକୁ ନେଉଥିବା ବେଳେ ତାହା ବାଲି ଗଦା ଉପରେ ଚଢ଼ିଯାଇଥିଲା । ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା।
ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ନ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।
Events & Festivals
ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।