ଯାତ୍ରୀବାହୀ ବସ୍‌କୁ ପିଟିଲା ପୁଲିସ ବସ୍: ୨୦ରୁ ଅଧିକ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଯାତ୍ରୀବାହୀ ବସ୍‌କୁ ପିଟିଲା ପୁଲିସ ବସ୍ ।  ଜନତା ମଇଦାନ୍ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି।  ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାରେ ୨ଟି କାର୍ ଓ ୨ଟି ବସ୍ ଭାଙ୍ଗିଯାଇଛି।

ସୂଚନା ଅନୁସାରେ ପୁଲିସ ବସ୍‌ଟି ଜନତା ମଇଦାନରୁ ବାହାରିବା ସମୟରେ ଏକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲା।  ଫଳରେ ଯାତ୍ରୀବାହୀ ବସ୍‌ ସାମ୍ନାରେ ଯାଉଥିବା ଦୁଇଟି କାରକୁ ଧକ୍କା ଦେଇଥିଲା ।