ବସ୍‌ ଧକ୍କାରେ ମହିଳା ମୃତ, ୭ ଗୁରୁତର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଅଟୋ ବ୍ରହ୍ମପୁର ଆଡ଼କୁ ଯାଉଥିବା ବେଳେ ସ୍ୱପ୍ନ ସାଗର ନାମକ ଘରୋଇ ବସ୍‌ ଓଭରଟେକ୍‌ କରି ଅଟୋର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଏଥିରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ମୃତା ମହିଳାଙ୍କ  ନାଁ ରଞ୍ଜିତା ଦଳାଇ। ତାଙ୍କ ଘର ଗୁଣସଗାର ଗାଁରେ। ସମସ୍ତ ମୃତ […]

accident

accident

Jyoshna Pradhan
  • Published: Thursday, 17 October 2019
  • Updated: 17 October 2019, 12:59 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଅଟୋ ବ୍ରହ୍ମପୁର ଆଡ଼କୁ ଯାଉଥିବା ବେଳେ ସ୍ୱପ୍ନ ସାଗର ନାମକ ଘରୋଇ ବସ୍‌ ଓଭରଟେକ୍‌ କରି ଅଟୋର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଏଥିରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ମୃତା ମହିଳାଙ୍କ  ନାଁ ରଞ୍ଜିତା ଦଳାଇ। ତାଙ୍କ ଘର ଗୁଣସଗାର ଗାଁରେ। ସମସ୍ତ ମୃତ ଓ ଆହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁଣସଗାରରୁ ଗୋଟିଏ ପରିବାରର ୮ ଜଣ  ଅଟୋରେ  ବ୍ରହ୍ମପୁର ନିକଟସ୍ଥ ମାଣ୍ଡିଆପଲିରେ ଥିବା ସାଇ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଆମ୍ବଗଡ଼ଠାରେ ଏକ ବସ୍‌ ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି।

ମିଳିଥିବା ଖବର ଅନୁସାରେ, ଆହତଙ୍କ ମଧ୍ୟରୁ ଗଣେଶ ଦଳାଇଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍‌ଟି ବ୍ରହ୍ମପୁରରୁ ଦିଗପହଣ୍ଡି ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos