ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦର ବଢ଼ିଥିବାରୁ ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କିମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି ବସ୍‌ ଭଡ଼ା । ଅର୍ଡିନାରୀ, ଏକ୍ସପ୍ରେସ ବସ୍‌ର ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ର ଭଡ଼ା କିମି ପ୍ରତି ୭୦ ପଇସା ଥିବା ବେଳେ ଏବେ ବଢ଼ି ହେଲା […]

bus-

bus-

Manoranjan Sial
  • Published: Saturday, 15 September 2018
  • Updated: 15 September 2018, 11:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦର ବଢ଼ିଥିବାରୁ ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କିମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି ବସ୍‌ ଭଡ଼ା । ଅର୍ଡିନାରୀ, ଏକ୍ସପ୍ରେସ ବସ୍‌ର ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି।

ପୂର୍ବରୁ ଅର୍ଡିନାରୀ ବସ୍‌ର ଭଡ଼ା କିମି ପ୍ରତି ୭୦ ପଇସା ଥିବା ବେଳେ ଏବେ ବଢ଼ି ହେଲା ୭୨ ପଇସା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପ୍ରତି ୭୩ରୁ  ୭୫ ପଇସା ହୋଇଛି। ଡିଲକ୍ସ ବସ୍ ଭଡ଼ା କିମିକୁ ଥିଲା ୧୦୧ ପଇସା ଓ ବଢ଼ି ହେଲା ୧୦୫ ପଇସା। ସେହିପରି ଏସି ଡିଲକ୍ସ ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସା ହୋଇଛି।

ଡିଜେଲ୍‌ ଦର ପ୍ରତି ଦିନ ବୃଦ୍ଧି ଘଟୁଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos