ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ବସ୍ ମାଲିକ ସଂଘ। ଏହା ପ୍ରତିବାଦରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗଞ୍ଜାମ ଜିଲାରେ ବସ୍ ଚଳାଚଳ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି। ତାସହ ପ୍ରଶାସନର ନିଷ୍ପତି ଏକପାଖିଆ ଏବଂ ଏନେଇ ବସ୍ ମାଲିକଙ୍କ ସହ ଆଲୋଚନା ହୋଇ ନ ଥିବା ଅଭିଯୋଗ ଆଣିଛି ସଂଘ।
ହଳଦିଆପଦରରୁ ବସ୍ ଚଳାଇଲେ ସମୟ ସମସ୍ୟା ସହ ବହୁ ଆର୍ଥିକ କ୍ଷତି ହେବ । ଏଭଳି ସମସ୍ୟା ନେଇ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଯୋଗେ ଜଣାଇ ଦିଆଯାଇଛି ବୋଲି ପ୍ରେସମିଟ କରି ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଗତକାଲି ମଧ୍ୟ ବ୍ରହ୍ମପୁରରୁ ଅନ୍ୟ ସ୍ଥାନକୁ ବସ୍ ସେବା ବନ୍ଦ ରଖାଯାଇଥିଲା । ଏପଟେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡର ଉଭୟ ପାର୍ଶ୍ୱକୁ ଖୋଳା ଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।