ରାସ୍ତା ମଝିରେ ଫାଟିଲା ବସ୍‌ ଚକ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚପରପଦା ନିକଟରେ ଏକ ବସ୍‌ର  ଆଗ ଚକ ଫାଟି ଯିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଗ୍ରାଣ୍ଡ ନାମକ ଏକ ବସ୍‌ କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ବସ୍‌ର ଆଗ ଚକ ଫାଟି ଯାଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ […]

accident

accident

Jyoshna Pradhan
  • Published: Wednesday, 18 December 2019
  • Updated: 18 December 2019, 09:25 AM IST

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚପରପଦା ନିକଟରେ ଏକ ବସ୍‌ର  ଆଗ ଚକ ଫାଟି ଯିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଗ୍ରାଣ୍ଡ ନାମକ ଏକ ବସ୍‌ କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ବସ୍‌ର ଆଗ ଚକ ଫାଟି ଯାଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ ପଶି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେବା ସହିତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos