ବନେଇଥିଲା କାଗଜର ଶିକୁଳି, ହେଲେ ଅପେକ୍ଷା କରିଥିଲା ମୃତ୍ୟୁର ଶିକୁଳି: ଏବେ ଝିଲ୍ଲୀକୁ ଝୁରୁଛି...

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ। ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଅଧିକାଂଶଙ୍କ ଘରେ ଚୁଲି ଜଳିନି। ନିଜ କୁନି କୁନି ହାତରେ ଶନିବାର ବନେଇଥିବା ସେହି କାଗଜ ଶିକୁଳି ଆଜି ବି […]

n-9086

n-9086

Manoranjan Sial
  • Published: Monday, 10 February 2020
  • Updated: 10 February 2020, 08:49 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ। ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଅଧିକାଂଶଙ୍କ ଘରେ ଚୁଲି ଜଳିନି।

ନିଜ କୁନି କୁନି ହାତରେ ଶନିବାର ବନେଇଥିବା ସେହି କାଗଜ ଶିକୁଳି ଆଜି ବି ସାରଙ୍କ ହାତରେ ଝୁଲୁଛି। ହେଲେ ସୋମବାର ସ୍କୁଲ ଖୋଲିଲା ବେଳକୁ ମରଣ ଶିକୁଳିରେ ଝିଲ୍ଲିକୁ ବାନ୍ଧି ନେଇଗଲାଣି ନିଷ୍ଠୁର ଦଇବ। ଡଙ୍କଲପାଡୁ ସ୍କୁଲରେ ପଞ୍ଚମ ଶ୍ରେଣୀ ପଢୁଥିଲା ଝିଲ୍ଲି ସାହୁ। ଗୋଳନ୍ଥରାରେ ଘଟିଥିବା ଦୁର୍ଘଟଣା ଝିଲିର ଜୀବନ ଦୀପକୁ ବି ଲିଭେଇ ଦେଇଛି। ଆଉ ଏବେ ତା ଗୁଣ ବାହୁନି ଗୁମୁରୁ କାନ୍ଦୁଛି ସ୍କୁଲ୍। ଝୁରୁଛନ୍ତି ଶିକ୍ଷକ। ଝୁରୁଛନ୍ତି ଛାତ୍ରଛାତ୍ରୀ ଓ ସହପାଠୀ।

ଆଉ ଏପଟେ ଦୁର୍ଘଟଣାରେ ଦଶ ଦଶ ଜଣଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଛି ଡଙ୍କଲପାଡୁ ଗାଁ। ଯିଏ ଯେଉଁଠି ବସିଛି ସେଇଠି। ଅଶୋକଙ୍କ ଘର କାନ୍ଥରେ ଆଜି ବାହା ଚିତା ଝଟକୁଛି। ଟେଣ୍ଟ ପାଇଁ ବାଉଁଶ ବନ୍ଧା ସରିଛି । ହେଲେ ନିର୍ବନ୍ଧ ଅଧାରେ ରହିଯିବାରୁ ଯୋଡ଼ି ହେବା ପୂର୍ବରୁ ମରିଯାଇଛି ମନ। ଆଜି ରାତି ପାହିଥିଲେ ଯେଉଁ ଘରୁ ଶଙ୍ଖ ହୁଳହୁଳି ଭାସି ଆସିଥାନ୍ତା, କାନ୍ଦବୋବାଳିରେ ଫାଟି ପଡୁଛି ସେ ଘର। ସେହି ଘରୁ ବି ଯାଇଛି ଦୁଇଟି ଜୀବନ। କିଏ କାହାକୁ ସମ୍ଭାଳିବ? ୧୦ ବର୍ଷ ତଳେ ରୋଗରେ ପଡ଼ି ବାପା ଯାଇଥିଲେ। ଆଉ ଗତକାଲି ବସ୍ ଉପରୁ ଖସିଥିବା ମୃତ୍ୟୁର ବିଜୁଳି ମାକୁ ବି ଛଡ଼ାଇ ନେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos