ଜଙ୍ଗଲ ବିଭାଗର ନାଁ ବଦଳିଲା, କ୍ୟାବିନେଟ ଦେଲେ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁ ପରିବର୍ତ୍ତନ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ ଦେଇଛନ୍ତି। ଏହାସହିତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ […]

sachivalya

sachivalya

Ranjit Kumar Jena
  • Published: Monday, 10 May 2021
  • Updated: 10 May 2021, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁ ପରିବର୍ତ୍ତନ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ ଦେଇଛନ୍ତି। ଏହାସହିତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ କୋଭିଡ୍‌-୧୯ରୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କ୍ରୟ କରିବାର ସଂକଳ୍ପ ପ୍ରସ୍ତାବ ସମେତ ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ‘ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ’ ରଖାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।

ସେହିପରି ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତି ପାଇଁ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ରୁଲ୍ ପ୍ରସ୍ତୁତ କରାଯାଇଛି। ଏହାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ସେହିପରି ଜଳସେଚିତ କମାଣ୍ଡ ଅଂଚଳରେ ଜଳ ପରିଚାଳନା ଗତିବିଧି ଓ କମାଣ୍ଡ ଏରିଆ ବିକାଶ, ବିଜୁ କୃଷକ ବିକାଶ ଯୋଜନା ଓ ଡିପ୍ ବୋରୱେଲ ସେଚ ଯୋଜନାରେ ସୋଲାର ପମ୍ପ ବ୍ୟବସ୍ଥାରେ ଗଭୀର ନଳକୂପ ଖନନ କରି ଭୂତଳ ଜଳ ସମ୍ବଳର ଉପଯୋଗ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

ବିଶ୍ୱକପ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ଟେଣ୍ଡର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ରାଉରକେଲାଠାରେ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସେହିପରି ମେଡିକାଲ ଅକ୍ସିଜେନ୍ ଓ କଣ୍ଟେନର ନିର୍ମାଣ ଓ ରିଫିଲିଂ ନିମନ୍ତେ ନକରାତ୍ମକ ତାଲିକାର ସଂଶୋଧନ କରାଯିବା ସହ ଓଡ଼ିଶା ପରିବହନ-ଟ୍ରାଫିକ ଓ ଏନଫୋସମେଣ୍ଟ ରୁଲ-୨୦୧୩ରେ ସଂଶୋଧନ, ଓଡ଼ିଶା ଲୋକସେବା ଆୟୋଗ ବାର୍ଷିକ ରିପୋର୍ଟ-୨୦୧୭-୧୮, ଓଡିଶା ଏକ୍ସ-ସର୍ଭିସମ୍ୟାନ ରୁଲ(ରାଜ୍ୟ ସିଭିଲ ସର୍ଭିସ ଓ ପଦବୀ) ରୁଲସରେ ସଂଶୋଧନ, ୨୦୨୧ରେ ରାଜ୍ୟରେ ବାହାରେ ଗୃହ ବିଭାଗ ଦ୍ୱାରା ପରିଚାଳିତ ଭବନଗୁଡ଼ିକରେ ଆବାସିକ ସୁବିଧା ଓ ଅନ୍ୟ ସେବା ନିମନ୍ତେ ରୁଲ୍ ପ୍ରସ୍ତୁତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story