ସିଏଜିଙ୍କ ଆପତ୍ତି: ନବୀନ ନିବାସକୁ ରାସ୍ତା ପାଇଁ ୩.୨୨ କୋଟି, ଏଜି ଛକ ରାସ୍ତାରେ ୧୮କୋଟି ବରବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ‘କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ସିଆରଡିପି)’ ଏକ ପ୍ରହସନ ପାଲଟିଛି । ଏହି ରାସ୍ତା ଉନ୍ନୀତିକରଣ ନାଁରେ ରାଜ୍ୟ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ହରିଲୁଟ୍ କରିଛି । ୨୦୧୫-୨୦୨୦ ମସିହା ମଧ୍ୟରେ ଏହି ସିଆରଡିପି ମାଧ୍ୟମରେ ୩୮ଟି କାର୍ଯ୍ୟ ପାଇଁ ୧୬୭କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ […]

CAG

CAG

Ordigital Desk
  • Published: Thursday, 27 January 2022
  • Updated: 27 January 2022, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ‘କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ସିଆରଡିପି)’ ଏକ ପ୍ରହସନ ପାଲଟିଛି । ଏହି ରାସ୍ତା ଉନ୍ନୀତିକରଣ ନାଁରେ ରାଜ୍ୟ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ହରିଲୁଟ୍ କରିଛି । ୨୦୧୫-୨୦୨୦ ମସିହା ମଧ୍ୟରେ ଏହି ସିଆରଡିପି ମାଧ୍ୟମରେ ୩୮ଟି କାର୍ଯ୍ୟ ପାଇଁ ୧୬୭କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ରାସ୍ତା ସଂଯୋଗ ନାଁରେ ଅନାବଶ୍ୟକ ଭାବେ ୩.୨୨କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସିବା ପରିବର୍ତ୍ତେ ନବୀନ ନିବାସ ସମ୍ମୁଖ ରାସ୍ତା ଏବେ ଦୁର୍ଘଟଣାପ୍ରବଣ ପାଲଟିଛି। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ରାଜଧାନୀ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ ଉପରେ ସିଏଜି ଆପତ୍ତି ଉଠାଇବା ସହ ସ୍ପଷ୍ଟୀକରଣ ମାଗିବା ପରେ ପୂର୍ତ୍ତ ବିଭାଗ ଗତ ୨୫ତାରିଖରେ ଏନେଇ ମୁଖ୍ୟ ଯନ୍ତ୍ରୀ(ରାସ୍ତା)କୁ ରିପୋର୍ଟ ତଲବ କରିଛି ।

ମିଳିଥିବା ସୂଚନା ଅନୁସାରେ ‘କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ’ର ଅଡିଟ୍ ବେଳେ ସିଏଜି ଅନେକ ଅସଙ୍ଗତି ଧରିବା ସହ ଅଯଥାରେ କୋଟିକୋଟି ଟଙ୍କା ବରବାଦ ହୋଇଥିବା ମଧ୍ୟ ଜାଣିବାକୁ ପାଇଛନ୍ତି । ସିଏଜି କହିଛନ୍ତି ଯେ, ସିଆରଡିପିରେ ମୋଟ ୪୨ଟି କାର୍ଯ୍ୟ ପାଇଁ ୧୮୫.୧୨କୋଟି ଟଙ୍କା ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ଆବଣ୍ଟିତ ହୋଇଥିବାବେଳେ ସେଥିରୁ ୧୬୭.୧୬କୋଟି ଟଙ୍କା ୩୮ଟି କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଛି । ୧୭ଟି କାର୍ଯ୍ୟ ସରିଥିବାବେଳେ ୨୧ଟି କାର୍ଯ୍ୟ ଜାରି ରହିଛି ଓ ୪ଟି କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ତେବେ ରାଜଧାନୀର ଏହି ସମସ୍ତ ୪୨ଟି ରୋଡ୍ ପ୍ରକଳ୍ପ କାର୍ଯ୍ୟକାରୀବେଳେ କୌଣସି ଗୋଟିଏ ବି ରାସ୍ତାରେ ଗାଡ଼ି ପାର୍କିଂ ନିମନ୍ତେ ସ୍ଥାନ, ଭେଣ୍ଡିଂ ଜୋନ୍ ଆଦି ପାଇଁ ବ୍ୟବସ୍ଥା ଉକ୍ତ ପ୍ରକଳ୍ପ ଡିଜାଇନରେ ସାମିଲ ହୋଇନି । ନିୟମ ଅନୁସାରେ ସହରର ଏହି ସମସ୍ତ ରାସ୍ତାର ଆୟୁଷ ୨୦ବର୍ଷ
ବା ତା’ଠୁ ଅଧିକ ରହିବା ପରିବର୍ତ୍ତେ ୧୧ଟି ରାସ୍ତାର ଡିଜାଇନ୍ ଏଭଳି ହୋଇଛି ଯାହାର ଆୟୁଷ ଅତିବେଶୀରେ ୧୦ରୁ ୧୨ବର୍ଷ ପର୍ଯ୍ୟନ୍ତ ଯିବ ।

ସେହିପରି ୧୫ଟି ରାସ୍ତାରେ ସାଇକେଲ୍ ଟ୍ରାକ୍ ପାଇଁ ଡିଜାଇନ୍ ନଥିବାବେଳେ ୧୨ଟି ରାସ୍ତାରେ ଫୁଟପାଥ ନିମନ୍ତେ ସର୍ବନିମ୍ନ ୧.୨ମିଟର ଚଉଡ଼ାର ରାସ୍ତା ମଧ୍ୟ ନାହିଁ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୬ ମାର୍ଚ୍ଚ ୮ତାରିଖରେ ଭୁବନେଶ୍ୱରକୁ ସ୍ମାର୍ଟସିଟି ଘୋଷଣା କରାଯାଇ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଆବଣ୍ଟନ କରାଯାଇଥିଲା । ପୂର୍ତ୍ତ ବିଭାଗ ମଧ୍ୟ ଏହି ଅଂଚଳଭିତ୍ତିକ ରାସ୍ତା ବିକାଶ ପାଇଁ ସିଆରଡିପିରେ କୌଣସି ସ୍ପଷ୍ଟ ଗାଇଡଲାଇନକୁ ମାନୁନଥିବାବେଳେ ସହରର ଭିତ୍ତିଭୂମି ସୁଦୃଢ଼ ପାଇଁ ସ୍ମାର୍ଟସିଟିର ଗାଇଡଲାଇନକୁ ବି ଅଣଦେଖା କରିବାକୁ ପଛାଇନାହିଁ ।

ରାଜ୍ୟ ସରକାର ନିଜସ୍ୱ ‘ସିଆରଡିପି’ କାର୍ଯ୍ୟକ୍ରମରେ କୌଣସି ରାସ୍ତା ପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ପୂର୍ବରୁ ତା’ର ଡିପିଆର ପ୍ରସ୍ତୁତିକୁ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଏପରିକି ଜବରଦଖଲ ଉଚ୍ଛେଦ ନକରି, ବିଭିନ୍ନ ୟୁଟିଲିଟି ସ୍ଥାନାନ୍ତର ନକରି ଠିକା ସଂସ୍ଥା ସହ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ ହୋଇଛି । ଯେଉଁଥିପାଇଁ ୨୦୨୧ ମାର୍ଚ୍ଚ ସୁଦ୍ଧା ୪୨.୭୯କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଅଧିକାଂଶ ରାସ୍ତା ଅଧପନ୍ତରିଆ ହୋଇ ପଡ଼ିରହିଛି । ୩୮୮ରୁ ୧୨୦୪ଦିନ ହେବ ଏହି ରାସ୍ତା କାର୍ଯ୍ୟ ପଡ଼ି ରହିଥିବା ଜଣାପଡ଼ିଛି ।

ନବୀନ ନିବାସ ସମ୍ମୁଖ ରାସ୍ତାକୁ ଡାଇର୍ଭଟ୍ କରାଯିବା ପାଇଁ ୨.୦୫କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ୧.୧୩କୋଟି ଟଙ୍କା ଖର୍ଚ୍ଚ ହେବାପରେ ଏହି କାର୍ଯ୍ୟ ବନ୍ଦ ହୋଇଯାଇଛି । ୨ଟି ଟ୍ରାନ୍ସଫରର୍ମର ଓ ୨ଟି ଇଲେକ୍ଟ୍ରି ପୋଲ୍ ରାସ୍ତାରେ ଥିବାରୁ ଏହି ମାର୍ଗ ଦୁର୍ଘଟଣାପ୍ରବଣ ପାଲଟିଛି ବୋଲି ସିଏଜି ଅଡିଟବେଳେ ଜାଣିବାକୁ ପାଇଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଏକାମ୍ର ଛକ ପର୍ଯ୍ୟନ୍ତ ୯୯୬ ମିଟର ରାସ୍ତାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ୧.୯୪କୋଟି ବ୍ୟୟବରାଦ ହୋଇଥିଲା, କିନ୍ତୁ ନବୀନ ନିବାସ ନିକଟସ୍ଥ ପୁରୁଣା ବିମାନବନ୍ଦର ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତା ହେବାପରେ ଏହି କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ୫ଟି ସବଷ୍ଟେସନ, ପାଇପ ଜଳଯୋଗାଣ, ଗଛ, ଇଲେକ୍ଟ୍ରି ପୋଲ୍ ଆଦି ସ୍ଥାନାନ୍ତର ନହେବାରୁ ରାସ୍ତା କାର୍ଯ୍ୟ ତା’ର ଲକ୍ଷ୍ୟ ପୂରଣ କରିପାରିନଥିଲା । ନବୀନ ନବାସକୁ ଯାଇଥିବା ଏହି ଦୁଇ ରାସ୍ତା ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିନଥିବା ଜଣାପଡ଼ିଛି ।

ସେହିପରି ରାଜଧାନୀର ବିମାନ ବନ୍ଦର ଛକରୁ ଏଜି ଛକ ପର୍ଯ୍ୟନ୍ତ ୧୬୮୦ମିଟର ରାସ୍ତାର ଉନ୍ନତିକରଣର ଆବଶ୍ୟକତା ନଥାଇ ମଧ୍ୟ ୨୦୧୮ ଏପ୍ରିଲ ୨୦ତାରିଖରେ ୧୮.୦୮କୋଟି ଟଙ୍କା ଟେଣ୍ଡର ଡକାଯାଇଥିଲା । ଏହି ମାର୍ଗରେ ସାଇକେଲ ଟ୍ରାକ, ଫୁଟପାଥ, ଡ୍ରେନ୍ ଓ ପିଚୁ ଆଦି ସବୁ ଭଲସ୍ଥିତିରେ ଥାଇ ମଧ୍ୟ ଆଉ ଏକ ସାଇକେଲ୍ ଟ୍ରାକ ନିର୍ମାଣ ଓ କଂକ୍ରିଟ୍ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଥିଲା । ଆବେଦନ ମିଳିବା ପରେ ୫୫୩ ଦିନ ପକାଇ ରଖି ଅର୍ଥାତ ୨୦୨୦ ଜୁଲାଇ ୨୩ ତାରିଖରେ ଏହି ଠିକା କାର୍ଯ୍ୟ ଆବଣ୍ଟନକୁ ଚୂଡ଼ାନ୍ତ କରାଯାଇଥିଲା । ତେବେ ଏହି ମାର୍ଗ ସମ୍ପୂର୍ଣ୍ଣ ଭାବେ ଭଲ ସ୍ଥିତିରେ ଥିବାବେଳେ ଏଥିରେ କୌଣସି କାର୍ଯ୍ୟର ଆବଶ୍ୟକତା ନଥିବା ସିଏଜି ତାଙ୍କ ଅଡିଟରେ ଉଲ୍ଲେଖ କରିଛନ୍ତି । ଏହି ମାର୍ଗରେ ଜବରଦଖଲ ଉଚ୍ଛେଦ ନକରି କାହିଁକି ଏହି ଅନାବଶ୍ୟକ ପ୍ରକଳ୍ପ ପାଇଁ ଟେଣ୍ଡର ଡକାଗଲା ବୋଲି ସିଏଜି ପ୍ରଶ୍ନ କରିଛନ୍ତି ।
କେବଳ ସେତିକି ନୁହେଁ, ଏସବୁ ରାସ୍ତା ପ୍ରକଳ୍ପ ପାଇଁ ଗଛ କଟା ଯିବା ଓ ଗଛ ଲଗାଇବା ପାଇଁ ୧.୧୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ ହୋଇନାହିଁ । ଏପରିକି ଗଛ କାଟିବା ଯୋଗୁ ପରିବେଶ ଉପରେ କ’ଣ ପ୍ରଭାବ ରହିବ ଓ ଗଛ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ମଧ୍ୟ ପୂର୍ତ୍ତ ବିଭାଗ ନେଇନଥିବା ଜଣାପଡ଼ିଛି ।

ତେଣୁ ରାଜଧାନୀର ରାସ୍ତାଗୁଡ଼ିକର ଉନ୍ନତିକରଣ ନାଁରେ ସିଆରଡିପି କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ତ୍ତ ବିଭାଗ କୋଟିକୋଟି ଟଙ୍କା ହରିଲୁଟ୍ କରିବାକୁ ପଛାଇ ନଥିବା ପରୋକ୍ଷରେ ସିଏଜିଙ୍କ ଅଡିଟରୁ ସ୍ପଷ୍ଟ ହୋଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story