ସାରା ଜୀବନ ଯାହାକୁ ନିଜ ପିଠିରେ ବୋହିଲା, ସିଏ ଆଜି ଠକିଦେଲା

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସାରା ଜୀବନ ଯାହାକୁ ନିଜ ପିଠିରେ ବୋହିଲା, ସିଏ ଆଜି ଠକିଦେଲା। କାମ ହାସଲ କରି ଅଧା ରାସ୍ତାରେ ଛାଡ଼ି ଚାଲିଗଲା। ବାର୍ଦ୍ଧକ୍ୟ ଜୀବନରେ ଏକା ଏକା ଜଙ୍ଗଲରେ ଘୂରି ଘୂରି ରାସ୍ତା କଡ଼ରେ ଖାଇବାକୁ ନପାଇ ଶେଷରେ ଆଖି ବୁଜିଲା ବୁଡ଼ା ଓଟ। ହେଲେ ଆଖି ବୁଜିବା ପୂର୍ବରୁ ଓଟ ସ୍ୱାର୍ଥପର ମାଲିକକୁ ପଚାରିଛି ଅନେକ ପ୍ରଶ୍ନ। ମୁଁ ତୁମର କଣ ଭୁଲ କରିଥିଲି ହେ ସ୍ୱାର୍ଥପର ମାଲିକ? ନିଜର ସ୍ଵାର୍ଥ […]

Camel

Camel

Manoranjan Sial
  • Published: Wednesday, 14 July 2021
  • Updated: 14 July 2021, 04:40 PM IST

Sports

Latest News

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସାରା ଜୀବନ ଯାହାକୁ ନିଜ ପିଠିରେ ବୋହିଲା, ସିଏ ଆଜି ଠକିଦେଲା। କାମ ହାସଲ କରି ଅଧା ରାସ୍ତାରେ ଛାଡ଼ି ଚାଲିଗଲା। ବାର୍ଦ୍ଧକ୍ୟ ଜୀବନରେ ଏକା ଏକା ଜଙ୍ଗଲରେ ଘୂରି ଘୂରି ରାସ୍ତା କଡ଼ରେ ଖାଇବାକୁ ନପାଇ ଶେଷରେ ଆଖି ବୁଜିଲା ବୁଡ଼ା ଓଟ। ହେଲେ ଆଖି ବୁଜିବା ପୂର୍ବରୁ ଓଟ ସ୍ୱାର୍ଥପର ମାଲିକକୁ ପଚାରିଛି ଅନେକ ପ୍ରଶ୍ନ। ମୁଁ ତୁମର କଣ ଭୁଲ କରିଥିଲି ହେ ସ୍ୱାର୍ଥପର ମାଲିକ? ନିଜର ସ୍ଵାର୍ଥ ହାସଲ କରିବା ପାଇଁ କଣ ମୋତେ ପାଳିପୋଶି ନିଜ ଘରେ ଆଦରରେ ରଖିଥିଲୁ? ବର୍ଷ ବର୍ଷ ଧରି ମତେ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲୁ। ଆଜି ବାର୍ଦ୍ଧକ୍ୟ ବେଳେ ଜଙ୍ଗଲରେ ଛାଡ଼ି କେମିତି ପଳାଇଗଲୁ? ବୋଧହୁ ନିଷ୍ଠୁର ମାଲିକ ପାଖରେ ଏହାର ଉତ୍ତର ନଥିବ। ଏପରିକି ଚାହିଁଲେ ମଧ୍ୟର କଥା କହିପାରୁନଥିବା ଏହି ପଶୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ ନିଷ୍ଠୁର ମାଲିକ। ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତା ଘଟଣାର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା।

ଖଲ୍ଲିକୋଟ ବ୍ଲକ୍‌ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ କିଛି ଦିନ ହେଲା ଗୋଟିଏ ଓଟ ଘୂରି ବୁଲୁଥିଲା। ବୁଢ଼ା ଓଟଟି ଠିକ୍‌ ଭାବେ ଚାଲି ପାରୁନଥିଲା। ଜରାଜୀର୍ଣ୍ଣ ଶରୀରକୁ ଧରି ବହୁ କଷ୍ଟରେ ଚାଲୁଥିଲା। ମନେ ମନେ ତା’ ମାଲିକକୁ ଖୋଜି ଚାଲିଥିଲା। ମାଲିକକୁ ନପାଇ ନିରୁଳାରେ ଶୋଇ ଆଖିରୁ ଲୋହ ଗଡାଉଥିଲା। ସେ କାହୁଁ ଜାଣିବ, ତା’ ମାଲିକ ଏତେ ସ୍ୱାର୍ଥପର ହେବ ବୋଲି। କାରଣ ସାରା ଜୀବନ ତାକୁ(ମାଲିକ) ନିଜ ପିଠିରେ ବସାଇ ଦୁନିଆ ଦେଖାଇଥିଲା। ଆଉ ଅର୍ଥ ଉପାର୍ଜନର ମାଧ୍ୟମ ସାଜିଥିଲା। ଓଟ ବିଚରା ଭାବିନଥିଲା, ବାର୍ଦ୍ଧକ୍ୟ ବେଳେ ତାକୁ ଏ ଦଶା ଭୋଗିବାକୁ ପଡ଼ିବ ବୋଲି...।

ଓଟଟି ଗତ ଦୁଇ ଦିନ ହେଲା ଜଙ୍ଗଲରୁ ଆସି ରାସ୍ତା ପାଖରେ ଶୋଇଥିଲା। ମୁଣ୍ଡ ଟେକି ପାରୁନଥିଲା। ଠିକ୍‌ ଭାବେ ଖାଉନଥିଲା। ଓଟର ଏପରି ଅବସ୍ଥା ପଶୁ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା। ଯେଉଁ ନିଷ୍ଠୁର ମାଲିକ ଏଭଳି ଅବସ୍ଥାରେ ଓଟକୁ ଛାଡି ଚାଲି ଯାଇଛି, ତାକୁ ଠାବ କରି ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ପଶୁ ପ୍ରେମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story