'ପାଟକୁରା ଗଡ଼' ଜିତିବାକୁ ତିନି ଦଳର କସରତ

ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାଟକୁରା ମହାଲଢ଼େଇକୁ ଆଉ ରହିଲା ୬ ଦିନ। ସେଥିପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। କମ୍ପୁଛି କଳେବଳେ କୌଶଳେ ଏହି ଗଡ଼କୁ ଅକ୍ତିଆର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ ଓ ପ୍ରାର୍ଥୀ। କିଏ ଅଧୁରା ସ୍ୱପ୍ନକୁ ପାଥେୟ କରିଛି ତ ଆଉ କିଏ ସ୍ୱାଭିମାନକୁ ଅସ୍ତ୍ର କରି ମୈଦାନକୁ ଓହ୍ଲାଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କ ପାଇଁ ବିଜେଡିର ମାଳ ମାଳ ନେତା ଓ […]

CAMPAIGNING-IN-PATKURA-REACHES-FEVER-PITCH11

CAMPAIGNING-IN-PATKURA-REACHES-FEVER-PITCH11

Manoranjan Sial
  • Published: Sunday, 14 July 2019
  • Updated: 14 July 2019, 08:43 PM IST

Sports

Latest News

ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାଟକୁରା ମହାଲଢ଼େଇକୁ ଆଉ ରହିଲା ୬ ଦିନ। ସେଥିପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। କମ୍ପୁଛି କଳେବଳେ କୌଶଳେ ଏହି ଗଡ଼କୁ ଅକ୍ତିଆର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ ଓ ପ୍ରାର୍ଥୀ। କିଏ ଅଧୁରା ସ୍ୱପ୍ନକୁ ପାଥେୟ କରିଛି ତ ଆଉ କିଏ ସ୍ୱାଭିମାନକୁ ଅସ୍ତ୍ର କରି ମୈଦାନକୁ ଓହ୍ଲାଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କ ପାଇଁ ବିଜେଡିର ମାଳ ମାଳ ନେତା ଓ ମନ୍ତ୍ରୀଙ୍କୁ ଟକ୍କର ଦେବାକୁ ଆଜି ବିଜୟ ମହାପାତ୍ରଙ୍କ ଲାଗି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଲି, ସଭା, ରୋଡ୍ ଶୋ', ଡୋର୍ ଟୁ ଡୋର କ୍ୟାମ୍ପେନିଂରେ କମ୍ପୁଛି ପାଟକୁରା। ଆଜି ବିଜେପି ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ ବିଜୟ ମହାପାତ୍ରଙ୍କ ସହ ଗୋଟିଏ ଦିନରେ ଗରଦପୁର ବ୍ଲକରେ ୧୮ଟି ମାରାଥନ ରୋଡ୍‌ ଶୋ' କରିଛନ୍ତି। ଭୋଟରଙ୍କ ପାଖକୁ ଯାଇ 'ସ୍ୱାଭିମାନ'ର କଥା ଉଠାଇ ଭୋଟ୍‌ ମାଗିଛନ୍ତି ବିଜୟ।

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି,“ବିଧାୟକ ଓ ମନ୍ତ୍ରୀମାନେ ଆସିଲେ କଣ ସେମାନଙ୍କୁ ଭୋଟ ଦେବେ? ସେମାନେ ପରିବ୍ରାଜକ ହିସାବରେ ଆସୁଛନ୍ତି। ଭଲକଥା ଆମ ଅଞ୍ଚଳ ବୁଲିକି ଯାଆନ୍ତୁ। ବୁଲିବା ପାଇଁ କାହାକୁ ମନା ନାହିଁ। ଲୋକେ ତାଙ୍କ ମନ ସ୍ଥିର କରି ସାରିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ପାଟକୁରାର ଅଭିଭାବକ, ଗୁରୁଜନ ଓ ଯୁବକମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ବିଜୟବାବୁ ନିଶ୍ଚିତ ବିଜୟୀ ହେବେ।”

ଏଣେ ପାଟକୁରାକୁ ହାତେଇବା ପାଇଁ ବିଜେଡି ଫୁଲ୍‌ ଦମ୍‌ରେ ଲାଗିଛି। ଦଳ କେଉଁଠି ସମାବେଶ କରୁଛି ତ ଆଉ କେଉଁଠି ସଭା କରୁଛି। ପୁଣି ଆଉ କେଉଁଠି ଏଲ୍ଇଡି ସ୍କ୍ରିନରେ ସରକାରୀ ଯୋଜନାକୁ ଲୋକଙ୍କ ସାମ୍ନାରେ ରଖି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛି। ଗଡ଼ ଜିତିବାର କୌଣସି ବି ସୁଯୋଗ ହାତଛଡ଼ା ନକରିବା ପାଇଁ ଗାଁ ଗାଁରେ ପ୍ରଚାରରେ ମାତିଛନ୍ତି ମାଳ ମାଳ ନେତା, ବିଧାୟକ ଓ ମନ୍ତ୍ରୀ। ସମଗ୍ର ନିର୍ବାଚନମଣ୍ଡଳୀରେ ଯୁବ ଓ ଛାତ୍ର ସମାବେଶ ହେଉଛି। ମହିଳାଙ୍କ ଭୋଟ୍ ହାତେଇବାକୁ ଡୋର ଟୁ ଡୋର କ୍ୟାମ୍ପେନିଂ ମଧ୍ୟ ହେଉଛି।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ କହିଛନ୍ତି-“ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ ଓ ନବୀନବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ମୁଁ ଭୋଟ ଭିକ୍ଷା କରୁଛି।” କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି-“ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ନେବା ପାଇଁ ସେ ନିଜେ ଘୋଷଣା କରିଛନ୍ତି। ତେଣୁ ଜନସାଧାରଣ ନିଶ୍ଚିତ ଭାବେ ତାଙ୍କ ସହିତ ରହିବେ।”

ପାଟକୁରାରେ ଏହି ହାଇଭୋଲ୍‌ଟେଜ ପ୍ରଚାରରେ ଟକ୍କର ଦେବା କ୍ଷେତ୍ରରେ ପଛରେ ପଡ଼ିଯାଇଛି କଂଗ୍ରେସ। ବିଳମ୍ବରେ ବାହୁଡ଼ା ପରଠୁ ଦଳ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି କହିଛନ୍ତି, “ଜଣେ ପ୍ରାର୍ଥୀ ଜିତିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥାଏ। ତେବେ ଜିତିବା ଓ ହାରିବା ଭଗବାନଙ୍କ ହାତରେ ରହିଛି। ଆଉ ଗଣତନ୍ତ୍ରରେ ସର୍ବଶ୍ରେଷ୍ଠ ଭଗବାନ ହେଉଛନ୍ତି ଜନସାଧାରଣ।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ବର୍ତ୍ତମାନ ପରିସ୍ଥିତିରେ ବିଜେଡି ଓ ବିଜେପି ଭିତରେ ବିଶେଷ କିଛି ଫରକ ନାହିଁ। ସବୁ ଗୋଟିଏ ଦଳ। ଏ ସମ୍ପର୍କରେ ଜୟନାରାୟଣ ମିଶ୍ର କହିଦେଇଛନ୍ତି। ଏପରି ଦ୍ୱନ୍ଦ୍ୱ ଭିତରେ କଂଗ୍ରେସ ଫାଇଦା ଉଠାଇ ପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos