୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଆଜି ସେମାନଙ୍କ ପ୍ରାର୍ଥିପତ୍ର ଦଖାଲ କରିଛନ୍ତି। ଉଷ୍ମ ହେଉଛି ଓଡ଼ିଶାର ରାଜନୈତିକ ପାଣିପାଗ। ଗଡ଼ ଦଖଲ ପାଇଁ ରାଜ୍ୟର ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ […]

nomination-of-pinky-pradhan

nomination-of-pinky-pradhan

Manoranjan Sial
  • Published: Monday, 25 March 2019
  • Updated: 25 March 2019, 08:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଆଜି ସେମାନଙ୍କ ପ୍ରାର୍ଥିପତ୍ର ଦଖାଲ କରିଛନ୍ତି।

ଉଷ୍ମ ହେଉଛି ଓଡ଼ିଶାର ରାଜନୈତିକ ପାଣିପାଗ। ଗଡ଼ ଦଖଲ ପାଇଁ ରାଜ୍ୟର ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ମଇଦାନରେ କସରତ ଆରମ୍ଭ କରିଦେଲେଣି। ସେପଟେ ଆଜି ଶେଷ ଦିନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। କର୍ମୀଙ୍କ ଗହଣରେ ବିରାଟ ପଟୁଆରରେ ନିଜ ସମର୍ଥକଙ୍କ ଗହଣରେ ଯାଇ ସେମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ କାହ୍ନୁଚରଣ ପତି। ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ପାଣିଗ୍ରାହୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମାନେ ସମସ୍ତେ ନିଜର ପ୍ରାର୍ଥିପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କଠାରେ ଦାଖଲ କରିଛନ୍ତି।

ସେହିପରି ଦିଗପହଣ୍ଡି ଆସନ ପାଇଁ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ଓ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାନଖେମୁଣ୍ଡି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ଓ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ। ଗୋପାଳପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଭୃଗୁବକ୍ସି ପାତ୍ର।

ଆସିକା ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ। ନିଜ ସମର୍ଥକଙ୍କ ଗହଣରେ ପ୍ରମିଳା ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି।

କୋରାପୁଟ ଜିଲ୍ଲା ଜୟପୁରରେ ବିରାଟ ପଟୁଆରରେ ଆସି ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିର ଗୌତମ ସାମନ୍ତରାୟ, କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ପ୍ରାର୍ଥୀ ରବିନାରାୟଣ ନନ୍ଦ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ କଂଗ୍ରେସ ଛାଡ଼ି ବିଏସ୍‌ପିରେ ଯୋଗ ଦେଇଥିବା କୃଷ୍ଣ ସଗରିଆ ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ଚନ୍ଦ୍ରଶେଖର ମାଝୀ, ବିଜେପିର ଖଗେଶ୍ୱର ପୂଜାରୀ ଏବଂ ବିଜେଡିର ପଦ୍ମିନୀ ଦିଆନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନି ପ୍ରମୁଖ ଦଳର ହେଭିୱେଟ୍‌ ନାମାଙ୍କନ ଦାଖଲ କରିଛନ୍ତି। ରାଉରକେଲାର ବିଜେଡି ପ୍ରାର୍ଥୀ ସାରଦା ନାୟକ ଓ ବିଜେପିର ନିହାର ରାୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ରଘୁନାଥପାଲିରୁ ବିଜେଡିର ସୁବ୍ରତ ତରାଇ ଓ ବିଜେପିର ଜଗବନ୍ଧୁ ବେହେରା ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story