କଳାଯାଦୁର କଳା କାରନାମା: ଚୋର ଧରିବାକୁ ବୁଲିଲା ଖଟ, କଙ୍ଗାରୁ କୋର୍ଟରେ ଦଣ୍ଡ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ପୁଣି କଙ୍ଗାରୁକୋର୍ଟର କଳଙ୍କ। ଚୋର ଧରିବା ପାଇଁ ଖଟବିଦ୍ୟାର ସାହାରା ନେବା ଏବଂ କଙ୍ଗାରୁକୋର୍ଟରେ ଚୋର ଆଖ୍ୟା ଦେଇ ଗୋଟିଏ ପରିବାରକୁ ଲହୁଲୁହାଣ କରିଛନ୍ତି ଲୋକେ।  ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ଗାଁ ଛାଡ଼ି ମେଡ଼ିକାଲେର ଆଶ୍ରୟ ନେଇଛନ୍ତି। ପୂର୍ବରୁ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଅନେକ ବାର କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରାଯାଇଥିବାର ନଜିର ରହିଛି । ତେବେ କାହିଁକି ଏ କଙ୍ଗାରୁକୋର୍ଟ ? ଏଭଳି ନିଷିଦ୍ଧ ଏବଂ […]

b-89

b-89

Tapas Behera
  • Published: Wednesday, 12 June 2019
  • Updated: 12 June 2019, 08:45 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ପୁଣି କଙ୍ଗାରୁକୋର୍ଟର କଳଙ୍କ। ଚୋର ଧରିବା ପାଇଁ ଖଟବିଦ୍ୟାର ସାହାରା ନେବା ଏବଂ କଙ୍ଗାରୁକୋର୍ଟରେ ଚୋର ଆଖ୍ୟା ଦେଇ ଗୋଟିଏ ପରିବାରକୁ ଲହୁଲୁହାଣ କରିଛନ୍ତି ଲୋକେ।  ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ଗାଁ ଛାଡ଼ି ମେଡ଼ିକାଲେର ଆଶ୍ରୟ ନେଇଛନ୍ତି। ପୂର୍ବରୁ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଅନେକ ବାର କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରାଯାଇଥିବାର ନଜିର ରହିଛି । ତେବେ କାହିଁକି ଏ କଙ୍ଗାରୁକୋର୍ଟ ? ଏଭଳି ନିଷିଦ୍ଧ ଏବଂ ବେଆଇନ ଘଟଣାକୁ କାହିଁକି ରୋକିପାରୁନି ପୁଲିସ। ସେନେଇ ନାନା ପ୍ରଶ୍ନ ଉଠିଛି ।

ଗାଁ ଦାଣ୍ଡରେ କଳାଯାଦୁର ଖେଳ। ଏଘରୁ ସେଘରକୁ ବୁଲିଥିଲା ତାନ୍ତ୍ରିକର ଖଟ। ଚାଲି ଥିଲା ଅବିଦ୍ୟାର ରାଜୁତି। ଆଉ ଏପଟେ ସେହି ଖଟବିଦ୍ୟାର କରାମତି ଦେଖିବା ପାଇଁ ଛୁଟିଥିଲା ଲୋକଙ୍କ ସୁଅ। ଏହା ଥିଲା  ନୟାଗଡ଼ ଜିଲ୍ଲା ସୁନାଖଳା ପଞ୍ଚାୟତ କୋଟଗଡ଼ ଗାଁର ଚିତ୍ର । ଭାସ୍କର ଦୋରା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି କରିଥିଲେ ଦୁବୃର୍ତ୍ତ।  ଏନେଇ ଫାଣ୍ଡିରେ ବି ଅଭିଯୋଗ କରିଥିଲେ ଭାସ୍କର। କିନ୍ତୁ ଆଜିକୁ ୩ ସପ୍ତାହ ହେଲା ନା ଚୋର ଧରାପଡ଼ିଲା ନା ଚୋରୀ ସାମଗ୍ରୀ ମିଳିଲା । ଶେଷରେ ଗୁଣିଆ ନିର୍ଦ୍ଦେଶରେ ଗାଁରେ ଖଟ ବୁଲାଇବା ସହ ଗାଁର ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କୁ ଚୋରର ଆଖ୍ୟା ଦେଇ ଆକ୍ରମଣ କରିଥିଲେ ଭାସ୍କର ଓ ତାଙ୍କ ସହଯୋଗୀ । ଘରୁ ଭିଡ଼ି ଆଣି ମାଡ଼ ମାରିବା ସହ ଲହୁଲୁହାଣ କରିଥିଲେ। ଫଳରେ ଚିକିତ୍ସା ପାଇଁ ମେଡ଼ିକାଲକୁ ଯାଇଥିବା ଆହତ ମାନେ ଭୟ ଆଉ ଆତଙ୍କିତ ହୋଇ ଗାଁକୁ ଫେରିନଥିଲେ । ଏତଲା ସତ୍ୱେ ବି ପୁଲିସ କୌଣସି ପଦକ୍ଷେପ ନେଇନଥିବା ଆକ୍ରମଣର ଶିକାର ମହିଳା ମାନେ ଅଭିଯୋଗ କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ ଆଇନ କାନୁନ୍ ଓ ବିଧି ବ୍ୟବସ୍ଥାର ଲକ୍ଷ୍ମଣରେଖା ଡେଇଁ ଏକାଧିକ ଥର କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରିଛନ୍ତି ତଥାକଥିତ ପ୍ରଭାବଶାଳୀ ବ୍ୟକ୍ତି। ରାସ୍ତା ତିଆରି ହେବ ବୋଲି ନରେନ୍ଦ୍ରପୁର ପଞ୍ଚାୟତ ବିନୋଦପଡ଼ାର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ନିର୍ମାଣାଧିନ ଘରକୁ ଭଙ୍ଗାରୁଜା ସହ ଗାଁ ଦାଣ୍ଡରେ ଘୋଷାଡି ନିସ୍ତୁକ ମାଡ଼ ମରାଯାଇଥିଲା । ସେହିପରି ଖଣ୍ଡପଡା ଥାନା ସିଙ୍ଗିବାର ଗାଁରେ ଆଇନଜୀବୀ ହୃଦାନନ୍ଦ ବେହେରାଙ୍କୁ କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରିଥିଲେ ଗାଁ ଲୋକେ । ନିର୍ଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କ ମାମଲା ଲଢ଼ିବାରୁ ତାକୁ ବିରୋଧ କରି ହୃଦାନନ୍ଦଙ୍କୁ ଜରିମାନା ଆଦେଶ ଦିଆଯାଇଥିଲା।  କିନ୍ତୁ ସମ୍ଭବ ନହେବାରୁ ଗାଁ ଲୋକେ ତାଙ୍କୁ ବାସନ୍ଦ କରିଥିଲେ । କେବଳ ନୟାଗଡ଼ ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି କଙ୍ଗାରୁକୋର୍ଟ ବସୁଥିବାବେଳେ ପୁଲିସର ଦାୟିତ୍ୱ ଉପରକୁ ଅଙ୍ଗୁଳି ଉଠିଛି ।

ବିଶ୍ୱାସ ଆଉ ଅନ୍ଧବିଶ୍ୱାସର ଦୋଛକିରେ ଥାଇ ଏଭଳି ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ କେବେ ସଚେତନ କରାଯାଇପାରିବ ଏବଂ ହ୍ରାସ ପାଇବ ଅପରାଧ, ତାକୁ ଏବେ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos