‘ମୋ ସରକାର’ର ବିଫଳତା ଲୁଚାଇବାକୁ ଡାହାମିଛ କହିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆବଶ୍ୟକ ଭିତ୍ତିଭୂମି ନଥାଇ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରି ବାହାବା ନେବାକୁ ପ୍ରୟାସ କରୁଥିବା ରାଜ୍ୟ ସରକାରଙ୍କୁ ଏବେ ଶକ୍ତଧକ୍କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ସଚିବାଳୟରୁ ମାତ୍ର ୫୦୦ ମିଟରରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କୁ ଉପଯୁକ୍ତ ସମୟରେ ସ୍ୱାସ୍ଥ୍ୟସେବା ନମିଳିବାରୁ ସେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଦୃଶ୍ୟ ‘ମୋ ସରକାର’ର ବିଫଳତାକୁ ପଦାରେ ପକାଇଥିବା ସତ୍ତେ୍ୱ ହସ୍ପିଟାଲ କର୍ତ୍ତୃପକ୍ଷ ଡାହା ମିଛ କହିବାକୁ […]

capital-hospital

capital-hospital

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆବଶ୍ୟକ ଭିତ୍ତିଭୂମି ନଥାଇ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରି ବାହାବା ନେବାକୁ ପ୍ରୟାସ କରୁଥିବା ରାଜ୍ୟ ସରକାରଙ୍କୁ ଏବେ ଶକ୍ତଧକ୍କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ସଚିବାଳୟରୁ ମାତ୍ର ୫୦୦ ମିଟରରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କୁ ଉପଯୁକ୍ତ ସମୟରେ ସ୍ୱାସ୍ଥ୍ୟସେବା ନମିଳିବାରୁ ସେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଦୃଶ୍ୟ ‘ମୋ ସରକାର’ର ବିଫଳତାକୁ ପଦାରେ ପକାଇଥିବା ସତ୍ତେ୍ୱ ହସ୍ପିଟାଲ କର୍ତ୍ତୃପକ୍ଷ ଡାହା ମିଛ କହିବାକୁ ପଛାଇ ନାହାନ୍ତି। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତି ହସ୍ପିଟାଲ ପରିସରରେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଦୃଶ୍ୟ ଗଣମାଧ୍ୟମରେ ସମସ୍ତେ ଦେଖିଥିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ଗଣମାଧ୍ୟମ ଉପରେ ଦୋଷ ଲଦି ଖସିବା ପାଇଁ ଉଦ୍ୟମ କରିଛନ୍ତି । ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁ ଏଭଳି ସମସ୍ୟା ଉପୁଜିଛି ବୋଲି ପ୍ରସୂତି ବିଭାଗ ଡାକ୍ତର କହୁଥିବାବେଳେ ହସ୍ପିଟାଲ ଅଧୀକ୍ଷକ କାହା ଚାପରେ ଗଣମାଧ୍ୟମରେ ଦୋଷ ଲଦି ଖସିବାକୁ ପ୍ରୟାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି।

କ୍ୟାପିଟାଲ ହସ୍ପିଟାଲ ପରିସରରେ ଗତକାଲି ଜଣେ ପ୍ରସୂତି ରାସ୍ତାକଡ଼ରେ ପ୍ରସବ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ରିପୋର୍ଟ ତଲବ କରିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣାଙ୍କ କହିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଏହି ଘଟଣାରେ ଡାକ୍ତର କିମ୍ବା ଡାକ୍ତରଖାନାର ଦୋଷ ନାହିଁ ବୋଲି କହିବା ସହ ଏଭଳି ଖବର ଭିତ୍ତିହୀନ ଓ ଡାକ୍ତରଖାନାକୁ ବଦନାମ ପାଇଁ କରାଯାଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ପ୍ରସୂତିଜଣକ କ୍ୟାପିଟାଲ ହସ୍ପିଟାଲ ପରିସରରେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସତ୍ତ୍ୱେ ଅଧିକ୍ଷକ ନାରାୟଣ ସେଠୀ କିଭଳି ଏହା ଭିତ୍ତିହୀନ ବୋଲି ଡାହାମିଛ କହୁଛନ୍ତି। ପ୍ରସୂତୀ ବିଭାଗର ଡାକ୍ତର ସତ୍ୟନାରାୟଣ ସାମଲ ନିଜେ ସମ୍ପୃକ୍ତ ପ୍ରସୂତି ଚିକିତ୍ସା ପାଇଁ ଆସିଥିବା ସ୍ୱୀକାର କରିଥିବାବେଳେ ଡାକ୍ତର ତୁଳନାରେ ଅଧିକ ରୋଗୀ ଆସୁଥିବାରୁ ସମସ୍ୟା ହେଉଥିବା କଥା କହିଛନ୍ତି। କିନ୍ତୁ କ୍ୟାପିଟାଲ ହସ୍ପିଟାଲ

ଅଧୀକ୍ଷକ ଶ୍ରୀ ସେଠୀ ଏଥିପ୍ରତି ଦୃଷ୍ଟି ନଦେଇ ନିଜର ରିପୋର୍ଟରେ ଗଣମାଧ୍ୟମ ଭିତ୍ତିହୀନ ଖବର ପ୍ରସାରଣ କରୁଛି ବୋଲି କହିବାକୁ ପଛାଇ ନାହାନ୍ତି।
ଚର୍ଚ୍ଚା ହେଉଛି, ସମଗ୍ର ରାଜ୍ୟରେ ଥିବା ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଅଧୀକ୍ଷକ ଏଭଳି ଡାହାମିଛ ରିପୋର୍ଟ ଦେଇଛନ୍ତି । ଯଦିଓ ପ୍ରସୂତୀ ରାସ୍ତାକଡ଼ରେ ପ୍ରସବ କରିବାର ଭିଡିଓ ରେକର୍ଡିଂ ରହିଛି ତଥାପି ସତକୁ ଫାଙ୍କି ଦେବାକୁ ଅଧୀକ୍ଷକ ପଛାଇ ନାହାନ୍ତି।

ସୂଚନାଯୋଗ୍ୟ, ଚିକିତ୍ସା ଅଭାବରୁ ଭୁବନେଶ୍ୱର ସାଲିଆସାହିର ପାନା ମୁର୍ମୁ ନାମକ ମହିଳା ଗତକାଲି ରାତିରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାସ୍ତାକଡ଼ରେ ପ୍ରସବ କରିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ତାଙ୍କର ଡ୍ୟୁଟି ଟାଇମ୍ ସରି ଯାଇଛି କହି ପ୍ରସୂତୀଙ୍କୁ ଫେରାଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story