ଚୌଦ୍ୱାର(ପ୍ରକାଶ ନାୟକ): ୧୬ ନମ୍ୱର ଜାତୀୟ ରାଜପଥର କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରଜକଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇ ରାସ୍ତା ଅପର ପାର୍ଶ୍ୱରେ ଆସୁଥିବା ବସ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁର ପ୍ରଫୁଲ୍ଲ ସାହୁ ଓ ତାଙ୍କ ଭାଉଜ କୌଣସି କାମରେ ଏକ କାରରେ କଟକ ଆସୁଥିଲେ। ରଜକଣା ନିକଟରେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡର୍କୁ ଧକ୍କା ଦେଇ ରାସ୍ତା ଆର ପାର୍ଶ୍ୱକୁ ଚାଲି ଯାଇଥିଲା।
ଏହି ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ‘ସ୍ନେହା’ ନାମକ ବସ୍କୁ କାର୍ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ପ୍ରଫୁଲ୍ଲ ଓ ତାଙ୍କ ଭାଉଜଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବସ୍ରେ ବସିଥିବା ୪ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ।
Miscellaneous
‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।
Politics
୪୮ଘଣ୍ଟା ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ଓ ଫସଲ କ୍ଷତିର ସଠିକ୍ ଆକଳନ କର: ମୁଖ୍ୟମନ୍ତ୍ରୀ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୨୦ରୁ ୨୮ତାରିଖ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ।
Crime
୩ ମହିଳା ନକ୍ସଲ ଗିରଫ, ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କା ପୁରସ୍କାର
ଗିରଫ ସମସ୍ତ ନକ୍ସଲଙ୍କ ଘର ମାଲକାନଗିରି ଜିଲ୍ଲାରେ।