ଭୁବନେଶ୍ୱର: ଚଳନ୍ତା କାର୍‌ରେ ନିଆଁ

Ordigital Desk
  • Published: Wednesday, 02 August 2017
  • , Updated: 02 August 2017, 01:46 PM IST
<p>ଭୁବନେଶ୍ୱର:ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳୁଛି କାର। ଭୁବନେଶ୍ୱର ନାଲ୍&zwnj;କୋ ଭବନ ଆଗରେ ଦିନ ପ୍ରାୟ ୧୨ଟା ସମୟରେ କିଛି ବୁଝିବା ପୂର୍ବରୁ ଅଚାନକ ନିଆଁ ଲାଗି ଜଳି ଗଲା ଏକ କାର୍&zwnj;। କିଛି ସମୟ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହ ଶହ ଗାଡ଼ି। ଏକ ଚଳନ୍ତା ଇଣ୍ଡିକା କାର୍&zwnj;ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଗାଡ଼ିରୁ ଜୀବନ ବିକଳରେ ୨ଜଣ ଯାତ୍ରୀ ଓ ଡ୍ରାଇଭର ବାହାରି ପଡିବାରୁ ବଞ୍ଚି ଯାଇଥିଲା ଜୀବନ। ନିଆଁର ପ୍ରକୋପ ଏତେ ଥିଲା ଯେ,ଗାଡ଼ିର ଟାୟାର ସବୁ ଠୋ ଠୋ ହୋଇ ଫୁଟିଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ବି ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି।</p> <p>ଚଳନ୍ତା ଗାଡ଼ିରେ ଏଭଳି ନିଆଁ ଲାଗିବା ନୂଆ ନୁହେଁ। ଗତ କିଛି ମାସ ଭିତରେ ରାଜଧାନୀରେ ଏମିତି ଛୋଟ ବଡ଼ ୪ଟି ଘଟଣା ନଜରକୁ ଆସିଲାଣି। ଗତ ଫେବ୍ରୁଆରୀ ୧୬ ତାରିଖ ସିଆରପି ଛକ ମଝି ରାସ୍ତାରେ ଏକ ମାରୁତି କାର୍&zwnj;ରେ ହଠାତ୍ ନିଆଁ ଲାଗି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୪ଜଣ ଯାତ୍ରୀ। ସେହିପରି ମେ ୨୦ ତାରିଖରେ ସଚିବାଳୟ ମାର୍ଗ ରିଜର୍ଭ ବ୍ୟାଙ୍କ ଆଗରେ ଏକ ଚଳନ୍ତା କାର ପଛପଟୁ ଧୂଆଁ ବାହାରୁଥିବା ଦେଖି ତତକ୍ଷଣାତ୍ ଲୋକେ ଡ୍ରାଇଭରକୁ ଖବର ଦେଇଥିଲେ ଫଳରେ ରକ୍ଷା ହୋଇଯାଇଥିଲା ଡ୍ରାଇଭରଙ୍କ ଜୀବନ। ଏହାର ମାସକ ପରେ ଜୁନ୍ ୨୩ରେ ରସୁଲଗଡ଼ ଛକରେ ଘଟିଥିଲା ସମାନ ଘଟଣା। ଜଣେ ବ୍ୟକ୍ତି ଗାଡ଼ି ଷ୍ଟାର୍ଟ କରି ଯିବାର ମାତ୍ର କେଇ ମିନିଟ୍&zwnj; ଭିତରେ ତାଙ୍କ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଗାଡିରୁ ବାହାରି ପଡ଼ିଥିଲେ।</p>

Related story