ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ପିଟିଦେଲା କାର୍‌, ରାସ୍ତା ଅବରୋଧ

କାମାକ୍ଷାନଗର(ବିଦ୍ୟାଧର ବରାଳ): -ଘରୁ ଖୁସି ମନରେ ସ୍କୁଲ ବାହାରିଥିବା ପ୍ରଥମ ଶ୍ରେଣୀ ଛାତ୍ରୀ ହେଲେ ଦୁର୍ଘଟଣାର ଶିକାର।  ସ୍କୁଲରେ ପହଞ୍ଚିବା ପୂର୍ବରୁ ପିଟିଦେଲା କାର୍‌। ଦୁର୍ଘଟଣାରେ ଗୁରୁତର ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫେରାର କାର୍‌ ଡ୍ରାଇଭରଙ୍କୁ ଗିରଫ କରିବା ସହ ସ୍କୁଲ ନିକଟରେ ୨ଟି ହମ୍ପସ୍‌ ନିର୍ମାଣ ଦାବି କରି ସ୍ଥାନୀୟ ଲୋକେ ପ୍ରାୟ ୨ ଘଣ୍ଟା ରାସ୍ତାରୋକ କରିଥିଲେ। ଏପରି ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲା ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର […]

road block

road block

Niharika Rout
  • Published: Wednesday, 07 September 2022
  • Updated: 07 September 2022, 01:28 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): -ଘରୁ ଖୁସି ମନରେ ସ୍କୁଲ ବାହାରିଥିବା ପ୍ରଥମ ଶ୍ରେଣୀ ଛାତ୍ରୀ ହେଲେ ଦୁର୍ଘଟଣାର ଶିକାର।  ସ୍କୁଲରେ ପହଞ୍ଚିବା ପୂର୍ବରୁ ପିଟିଦେଲା କାର୍‌। ଦୁର୍ଘଟଣାରେ ଗୁରୁତର ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫେରାର କାର୍‌ ଡ୍ରାଇଭରଙ୍କୁ ଗିରଫ କରିବା ସହ ସ୍କୁଲ ନିକଟରେ ୨ଟି ହମ୍ପସ୍‌ ନିର୍ମାଣ ଦାବି କରି ସ୍ଥାନୀୟ ଲୋକେ ପ୍ରାୟ ୨ ଘଣ୍ଟା ରାସ୍ତାରୋକ କରିଥିଲେ। ଏପରି ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲା ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗାଁ ନୂଆସାହି ନିକଟରେ ଘଟିଛି। ଗୁରୁତର ଛାତ୍ରୀଜଣକ ହେଲେ ପାୟଲ ସାହୁ ।

ପାୟଲ କନ୍ତୋର ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ଆଜି ସେ ନିଜ ସାଙ୍ଗମାନଙ୍କ ସହ ସ୍କୁଲକୁ ଯାଇଥିଲେ । ଏହି ସମୟରେ ରାସ୍ତା ପାର୍‌ ହେବାକୁ ସେମାନେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପାୟଲଙ୍କୁ  ପିଟି ଦେଇଥିଲା। ପାୟଲ ତଳେ ପଡ଼ି ଚିତ୍କାର କରିବାରୁ କାର୍‌ ଡ୍ରାଇଭରଜଣକ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇ ଯାଇଥିବା ବେଳେ ଗୁରୁତର ପାୟଲଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ଗାଡ଼ିରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟିର ମୁଣ୍ଡ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା ଜଣାପଡିଛି ।

ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତିପୂରଣ ପ୍ରଦାନ ସହ ସମ୍ପୃକ୍ତ କାର୍‌ ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି। ଏଥିସହ  ବିଦ୍ୟାଳୟ ନିକଟରେ  ହମ୍ପସ ନିର୍ମାଣ ଦାବିରେ  ପ୍ରାୟ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା । ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ହମ୍ପସ ନିର୍ମାଣ ଓ ଶିଶୁଟିର ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story