ଜୟପୁର (ଟି. ଗୌରୀ ଶଙ୍କର): କେନାଲ ମଧ୍ୟରେ ପଶିଗଲା କାର। କାର ଭିତରେ ତିନି ଜଣ ଥିଲେ। ସେଥିରୁ ଦୁଇ ଜଣ ଉଦ୍ଧାର ହୋଇଥିବା ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ହାଇସ୍କୁଲ ନିକଟସ୍ଥ ଅପର କୋଲାବ କେନାଲରେ।
ଏକ କାରରେ ତିନି ଜଣ ଯାତ୍ରା କରୁଥିବା ବେଳେ କାରଟି କେନାଲ ଭିତରକୁ ପଶିଯାଇଥିଲା। ତେବେ କେମିତି ଏବଂ କାହିଁକି କେନାଲ ଭିତରକୁ କାରଟି ପଶିଲା, ତାହା ଜଣାପଡ଼ିନାହିଁ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତିନି ଜଣଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିନାହିଁ। କିନ୍ତୁ ସମସ୍ତ ତିନିଜଣ ଯାକ ଏକ ଘରୋଇ ମୋବାଇଲ କମ୍ପାନୀର ବୋଲି ସୂଚନା ମିଳିଛି।