ଶଳା ଉପରେ ଗାଡ଼ି ଚଢ଼ାଇ ଦେଲା ଭିଣୋଇ

ସମ୍ବଲପୁର(ସଞ୍ଜୟ ଜେନା): ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଘଟଣା। ଏସ୍‌ପିଙ୍କ ବାସଭବନ ପାଚେରୀ ପାର୍ଶ୍ୱରେ ଶଳା ଓ ଶ୍ୱଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା ଜ୍ୱାଇଁ। ଶଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଜନଗହଳି ସମ୍ପନ୍ନ ସମ୍ବଲପୁର ଜିଲ୍ଲା ବୁର୍ଲା କଚେରୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା। ଆହତଙ୍କ ନାମ ସୌମ୍ୟରଞ୍ଜନ ଦାଶ। ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେରରେ। ଅଭିଯୁକ୍ତ ଜ୍ୱାଇଁ‌‌‌‌ଙ୍କୁ ଲୋକେ ଧରି ନିଧୁମ୍ ପିଟିବା ପରେ ପୁଲିସ ଜିମା ଦେଇଛନ୍ତି। ଗାଡ଼ିଟି […]

sambalpur

sambalpur

Niranjan Mishra
  • Published: Monday, 18 July 2022
  • Updated: 18 July 2022, 09:47 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଘଟଣା। ଏସ୍‌ପିଙ୍କ ବାସଭବନ ପାଚେରୀ ପାର୍ଶ୍ୱରେ ଶଳା ଓ ଶ୍ୱଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା ଜ୍ୱାଇଁ। ଶଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଜନଗହଳି ସମ୍ପନ୍ନ ସମ୍ବଲପୁର ଜିଲ୍ଲା ବୁର୍ଲା କଚେରୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା। ଆହତଙ୍କ ନାମ ସୌମ୍ୟରଞ୍ଜନ ଦାଶ। ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେରରେ। ଅଭିଯୁକ୍ତ ଜ୍ୱାଇଁ‌‌‌‌ଙ୍କୁ ଲୋକେ ଧରି ନିଧୁମ୍ ପିଟିବା ପରେ ପୁଲିସ ଜିମା ଦେଇଛନ୍ତି। ଗାଡ଼ିଟି ଏତେ ଦ୍ରୁତଗତିରେ ଆସିଥିଲା ଯେ ଏହା ଏସ୍‌ପିଙ୍କ ବାସଭବନ ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା। ବାଇକ୍‌ରେ ଆସୁଥିବା ଅନ୍ୟକିଛି ବାଟୋଇ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହକୁ ନେଇ ଉଠିଥିବା ଝଡ଼ ଏଭଳି ରୂପ ନେଇଛି। ମହିଳାଙ୍କ ବାପା ଓ ଭାଇ ଏହି ଘଟଣାକୁ ସମାଧାନ କରିବାକୁ ଉଦ୍ୟମ କରୁଥିବା ବେଳେ ରାଗରେ ପଞ୍ଚମ ଜ୍ୱାଇଁ ଏହି କାରନାମା ଘଟାଇଛି। ଏନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଜଣେ ଆଇନଜୀବୀ ହୋଇଥିବାରୁ ଘଟଣା ଅଲୋଚନାକୁ ଖୋରାକ ଯୋଗାଇଛି। ଅଭିଯୁକ୍ତ ଆଇନଜୀବୀଙ୍କ ନାମ ପଞ୍ଚାନନ ଦାଶ। ସେ ବୁର୍ଲାରେ ରୁହନ୍ତି।

ତାଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ର ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ କହିଛନ୍ତି, ଦେଢ଼ଶୁର, ଭାଉଜ ଓ ପୁତୁରାଙ୍କ କଥାରେ ପଡ଼ି ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ। ଏନେଇ ସେ ଗତ ଜାନୁଆରୀ ୨୪ ତାରିଖରେ ବୁର୍ଲା ଥାନାରେ ଏତଲା ଦେବା ପରେ ମାମଲା ହୋଇଥିଲା। ଏହି ଘଟଣା ପରେ ସେ ୬ ମାସ ହେବ ବାପ ଘରକୁ ଚାଲି ଆସିଥିଲେ। ସାଙ୍ଗରେ ଦୁଇ ପିଲାଙ୍କୁ ନେଇ ଆସିଥିଲେ। ସ୍କୁଲରେ ପୁଅର ପାଠପଢ଼ା ଆରମ୍ଭ ହେବାରୁ ଅଭିଭାବକ ଉପସ୍ଥିତ ହେବାକୁ ଫୋନ ଆସିଥିଲା। ତେଣୁ ଲକ୍ଷ୍ମୀ ମହାନ୍ତି ନାମକ ଜଣେ ଓକିଲଙ୍କ ହାତରେ ସ୍ୱାମୀଙ୍କ ନିକଟକୁ ଖବର ପଠାଇଥିଲେ। ପୁଅର ପାଠପଢ଼ାରେ ସହଯୋଗ କରିବାକୁ ନିବେଦନ କରିଥିଲେ। ହେଲେ ସେ ଅସହମତି ପ୍ରକାଶ କରିଥିଲେ। ଓଲଟା ବୁର୍ଲା ଆସିଲେ ମୋତେ ଓ ପିଲାଙ୍କୁ ଗାଡ଼ି ଚଢ଼ାଇ ମାରିଦେବେ ବୋଲି ଧମକ ଦେଇଥିଲେ। ତେଣୁ ସେ ବୁର୍ଲା ବାର ଆସୋସିଏସନ କାର୍ଯ୍ୟାଳୟକୁ ଆସି ସ୍ୱାମୀ ଓ ବାର ସଦସ୍ୟଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ପହଞ୍ଚି ଥିଲେ। ସେଠାରୁ ସ୍ୱାମୀ ବାହାରି ଆସି ବାଟରେ ବାପା ଓ ମାମୁଁ ପୁଅଙ୍କ ଉପରେ କାର ମଡ଼ାଇ ଦେଇଥିଲେ।

ଆହତ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ର କହିଛନ୍ତି, ୯ ବର୍ଷ ତଳେ ଝିଅକୁ ବିବାହ ଦେଇଥିଲି। ସେମାନଙ୍କ ଔରସରୁ ପୁଅ,ଝିଅ ଦୁଇଟି ହୋଇଥିଲେ। ହେଲେ କିଛିଦିନ ଉପରାନ୍ତେ ଭାଇ ଓ ଭାଇଜଙ୍କ କଥାରେ ପଡ଼ି ଝିଅକୁ ମାରପିଟ୍ କରିଥିଲେ ଜ୍ୱାଇଁ। ଝିଅର ଅନ୍ୟ ସହିତ ସମ୍ପର୍କ ଥିବା ଜ୍ୱାଇଁକୁ ତାର ଭାଇଭାଇଜ ମିଛ କହି ସନ୍ଦେହର ପାଚେରି ଠିଆ କରିଛନ୍ତି। ଜ୍ୱାଇଁକୁ ବୁଝାଇବା ନିମନ୍ତେ ଅନେକ ପ୍ରୟାଶ କରି ସେ ବିଫଳ ହେବାରୁ ବୁର୍ଲା ବାରଆସୋସିଏସନ ସଦସ୍ୟଙ୍କ ନିକଟରେ ପ୍ରାୟ ୩ଥର ଜଣାଇଛନ୍ତି। ହେଲେ କେହି ଦୃଷ୍ଟି ଦେଲେନି। ଆଜି ଝିଅକୁ ନେଇ ତାଳଚେରରୁ ବୁର୍ଲା ଆସିଥିଲେ। ଝିଅ ବାର ଆସୋସିଏସନ କାର୍ଯ୍ୟାଳୟକୁ ଯାଇଥିଲା। ଏହି ସମୟରେ କାରରେ ଜ୍ୱାଇଁ ଆସୁଥିଲେ। ତାଙ୍କୁ ରୋକିବାକୁ ଯିବା ବେଳେ ସେ କାର ଚଢ଼ାଇ ଦେଇଥିଲେ। ହେଲେ କୌଣସି ମତେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ କାରକୁ ଆଗ ଟ୍ରାଫିକ୍‌ରେ ବୁଲାଇବା ଆଣି ଶଳା ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଶଳା ସୌମ୍ୟ ଗୁରୁତର ହୋଇଛି।

ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ଓକିଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୁର୍ଲା ଓକିଲ ସଂଘ ବୈଠକ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story