ଡିଭାଇଡର ଡେଇଁ ସ୍କର୍ପିଓକୁ ପିଟିଲା କାର୍‌, ଆଖି ବୁଜିଲେ ୫ ମହିଳା ଶ୍ରମିକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡର ଡେଇଁ ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓକୁ ଧକ୍କା ଦେଲା କାର୍ ।  ଫଳରେ ଉକ୍ତ ସମୟରେ  ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ  କାର୍‌ ଓ ସ୍କର୍ପିଓରେ ଥିବା ୬ଜଣ  ଆହତ  ହୋଇଛନ୍ତି । ଏହି […]

rkl-1--1

Niharika Rout
  • Published: Wednesday, 22 January 2020
  • , Updated: 22 January 2020, 12:57 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡର ଡେଇଁ ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓକୁ ଧକ୍କା ଦେଲା କାର୍ ।  ଫଳରେ ଉକ୍ତ ସମୟରେ  ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ  କାର୍‌ ଓ ସ୍କର୍ପିଓରେ ଥିବା ୬ଜଣ  ଆହତ  ହୋଇଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ରାଜଗାଙ୍ଗପୁର ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍‌ ଯାଉଥିଲା। ଏହି ସମୟରେ ଅପର ପାର୍ଶ୍ୱରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ମଝିରେ ଡିଭାଇଡର ଥିବା ସତ୍ତ୍ୱେ  ରମା ବହଲ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଡିଭାଇଡରକୁ ଟପି ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓ ସହ ପିଟି ହେଲା କାର୍ । ଉକ୍ତ ସମୟରେ ସେଠାରେ highwayରେ କାମ କରୁଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହୁରି ୪ ମହିଳା ଶ୍ରମିକ ଗୁରୁତର ଥିବା ବେଳେ ସେମାନଙ୍କୁ ଆଇଜିଏଚ୍‌ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ୩ ଜଣ ଆଖି ବୁଜିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।  ସେମାନଙ୍କ ବ୍ୟତୀତ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ସ୍କର୍ପିଓରେ ଥିବା ୬ ଜଣ ଆହତ ହୋଇ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

 

Related story