ଆଜିଠାରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା

Ordigital Desk
  • Published: Monday, 05 March 2018
  • , Updated: 05 March 2018, 09:04 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା। ଗତବର୍ଷ ସିବିଏସ୍ଇ ଦ୍ୱାଦଶ ମୂଲ୍ୟାୟନରେ ବିଭ୍ରାଟ ହୋଇଥିବାରୁ ଚଳିତବର୍ଷ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି।</p> <p>ଚଳିତ ବର୍ଷ ଭୁବନେଶ୍ୱର ରିଜିଅନରେ ସିବିଏସ୍ଇ ଦଶମ ପରୀକ୍ଷାର ମୋଟ୍ ୭୭ ହଜାର ୭ ଶହ ପରୀକ୍ଷାର୍ଥୀ ଓ ଦ୍ୱାଦଶ ପରୀକ୍ଷାରେ ମୋଟ୍ ୬୬ ହଜାର ୩ ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସମୁଦାୟ ୯୨୭ଟି ସ୍କୁଲରେ ଛାତ୍ରଛାତ୍ରୀ ୨୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ।</p>

Related story