ଲାଞ୍ଚ ନେଉଛନ୍ତି ସୁରମା ଦିଦି, ଭିଡିଓ ଭାଇରାଲ

କୋରାପୁଟ(ଓଡ଼ିଶା ରିପୋର୍ଟର):ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ କିଟ୍ କିଣା ବାବଦକୁ ଟଙ୍କା ରିଲିଜ୍ ପୂର୍ବରୁ ଲାଞ୍ଚ ନେଉଛନ୍ତି ସିଡିପିଓ । କୋରାପୁଟ ଜିଲ୍ଲା କୋଟପାଡ଼ ସିଡିପିଓ ସୁରମା ସେଠ୍ ପ୍ରତି ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ୫ ଶହ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ସୁରମା କିଛି ଦିନ ତଳେ କୋଟପାଡ଼ ଗିର୍ଲାଠାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ସିଧାସଳଖ ଟଙ୍କା ନେଉଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଗିର୍ଲାରେ ଆୟୋଜିତ ଅଙ୍ଗନଓ୍ୱାଡ଼ି କର୍ମୀ ବୈଠକରେ ସେ […]

9-87

Tapas Behera
  • Published: Thursday, 01 August 2019
  • , Updated: 01 August 2019, 10:36 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର):ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ କିଟ୍ କିଣା ବାବଦକୁ ଟଙ୍କା ରିଲିଜ୍ ପୂର୍ବରୁ ଲାଞ୍ଚ ନେଉଛନ୍ତି ସିଡିପିଓ । କୋରାପୁଟ ଜିଲ୍ଲା କୋଟପାଡ଼ ସିଡିପିଓ ସୁରମା ସେଠ୍ ପ୍ରତି ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ୫ ଶହ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ସୁରମା କିଛି ଦିନ ତଳେ କୋଟପାଡ଼ ଗିର୍ଲାଠାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ସିଧାସଳଖ ଟଙ୍କା ନେଉଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଗିର୍ଲାରେ ଆୟୋଜିତ ଅଙ୍ଗନଓ୍ୱାଡ଼ି କର୍ମୀ ବୈଠକରେ ସେ ମୋଟ ୨୬ ଜଣ କର୍ମୀଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏ ନେଇ କୋଟପାଡ଼ର ଅଙ୍ଗନଓ୍ୱାଡ଼ି କର୍ମୀମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେପଟେ ସିଡିପିଓ ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ଟଙ୍କା ନେଇ ନିଜ ଭାନିଟି ବ୍ୟାଗରେ ପୁରାଉ ଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲେ ବି ସେ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story