ଜେଲ୍‌ ସମ୍ମୁଖରେ ଫୁଲ୍‌ ସେଲିବ୍ରେସନ୍‌

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ସୋଶାଲ୍‌ ମିଡିଆରେ ଏବେ ୨ଟି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨ଟି ଫଟୋରେ ଥିବା ବ୍ୟକ୍ତି କିନ୍ତୁ ଜଣେ। ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ଗୋଟିଏ ଫଟୋରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫଟୋରେ ଜେଲ୍‌ ବାହାରେ ମଦ ପିଇ ସେଲିବ୍ରେସନ କରୁଛନ୍ତି ଏହି ଯୁବକ । ୨ ଦିନ ଅନ୍ତରରେ ଉଠାଯାଇଥିବା ଏହି ଫଟୋକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା।  ଯିଏ ଦିନେ […]

bolangiri

bolangiri

Niharika Rout
  • Published: Saturday, 09 May 2020
  • Updated: 09 May 2020, 02:34 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ସୋଶାଲ୍‌ ମିଡିଆରେ ଏବେ ୨ଟି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨ଟି ଫଟୋରେ ଥିବା ବ୍ୟକ୍ତି କିନ୍ତୁ ଜଣେ। ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ଗୋଟିଏ ଫଟୋରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫଟୋରେ ଜେଲ୍‌ ବାହାରେ ମଦ ପିଇ ସେଲିବ୍ରେସନ କରୁଛନ୍ତି ଏହି ଯୁବକ ।

୨ ଦିନ ଅନ୍ତରରେ ଉଠାଯାଇଥିବା ଏହି ଫଟୋକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା।  ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲ୍‌ରୁ ବାହାରିବା ପରେ କରାଯାଇଛି ଫୁଲ୍‌ ସେଲିବ୍ରେସନ୍ ।

ସହରରେ ବେଆଇନ ମଦ ବିକ୍ରି ଅଭିଯୋଗରେ ପ୍ରମୋଦ ବେଶ୍‌ ଜଣାଶୁଣା । ଲକଡାଉନ୍‌ ସମୟରେ ପ୍ରମୋଦଙ୍କ ଘର ଉପରେ ଦୁଇରୁ ତିନି ଥର ଚଢ଼ାଉ କରିଥିଲା ବଲାଙ୍ଗିର ଅବକାରୀ ବିଭାଗ । ସେଠାରୁ ୭୦ ବୋତଲ ବିଦେଶୀ ମଦ ଜବତ କରିବା ସହିତ ଗତ ୭ ତାରିଖରେ ପ୍ରମୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ହେଲେ ଗିରଫର ଦୁଇ ରାତି ପରେ ଆଜି ସକାଳେ ଜେଲ୍‌ରୁ ବାହାରିଥିଲେ ପ୍ରମୋଦ।  ଆଉ ଜେଲ୍‌ରୁ ବାହାରିବା ପରେ କରିଛନ୍ତି ଫୁଲ୍‌ ସେଲିବ୍ରେସନ୍ ।

ପ୍ରମୋଦଙ୍କ ବନ୍ଧୁମାନେ ଜେଲ୍‌ ସମ୍ମୁଖରେ ତାଙ୍କ ବେକରେ ଫୁଳମାଳ ପକାଇ, ବିଦେଶୀ ମଦ ପିଆଇ ଫୁଲ୍ ମସ୍ତି କରିଥିଲେ।  ଏନେଇ ଅବକାରୀ ବିଭାଗ କିମ୍ବା ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ବି ଏହି ଫଟୋ କିନ୍ତୁ ସୋଶାଲ ମିଡିଆରେ ଖୁବ୍‌  ଭାଇରାଲ୍ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos