ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ତାଗିଦ୍‌: ସାଂସଦ-ବିଧାୟକଙ୍କୁ ଉଚିତ୍ ସମ୍ମାନ ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉନଥିବା ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଅଭିଯୋଗ କରୁଥିବାବେଳେ ଚଳିତମାସ ୧୩ତାରିଖରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି । ଏହାସହିତ ସାଂସଦ ଓ ବିଧାୟକଙ୍କ ସହ ଅଫିସରମାନଙ୍କ ଆଚରଣରେ ଯେଭଳି ଶିଷ୍ଟାଚାର ଓ ଉଚିତ୍ ପ୍ରକ୍ରିୟା ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପାଳନ ହେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ କୁହାଯାଇଛି […]

suresh-mohapatra

suresh-mohapatra

Ordigital Desk
  • Published: Wednesday, 21 September 2022
  • Updated: 21 September 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉନଥିବା ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଅଭିଯୋଗ କରୁଥିବାବେଳେ ଚଳିତମାସ ୧୩ତାରିଖରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି । ଏହାସହିତ ସାଂସଦ ଓ ବିଧାୟକଙ୍କ ସହ ଅଫିସରମାନଙ୍କ ଆଚରଣରେ ଯେଭଳି ଶିଷ୍ଟାଚାର ଓ ଉଚିତ୍ ପ୍ରକ୍ରିୟା ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପାଳନ ହେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୩ତାରିଖରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ୭ ପୃଷ୍ଠାର ଚିଠି ପଠାଇ କେନ୍ଦ୍ର ସରକାର ଉଭୟ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଯେଭଳି ଉପଯୁକ୍ତ ଶିଷ୍ଟାଚାର ଓ ସମ୍ମାନ ଦେବେ ତାହା ସୁନିଶ୍ଚିତ କରାଇବାକୁ ତାଗିଦ୍ କରିଛନ୍ତି । ୨୦୧୧ ଡିସେମ୍ବର ୧ରୁ ୨୦୨୧ ମାର୍ଚ୍ଚ ୧୫ତାରିଖ ମଧ୍ୟରେ କେନ୍ଦ୍ର ସରକାର ପଠାଇଥିବା ଏ ସଂକ୍ରାନ୍ତ ୭ଟି ଚିଠି ସମ୍ପର୍କରେ ମଧ୍ୟ ଚେତାଇ ଦେଇଛନ୍ତି ।

ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାର ପୁଣିଥରେ ବିସ୍ତୃତ ଗାଇଡଲାଇନ୍ ପଠାଇ କହିଛନ୍ତି ଯେ, ସାଂସଦ ଓ ବିଧାୟକମାନେ ହେଉଛନ୍ତି ଲୋକଙ୍କ ଅଧିକୃତ ପ୍ରତିନିଧି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ-ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି । ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗଠୁ ସୂଚନା ଜାଣିବାକୁ ଚାହିଁଥାନ୍ତି, ଅବା ସେମାନଙ୍କ ପରାମର୍ଶ ଉପରେ ବିଚାର କରିବାକୁ କହିଥାନ୍ତି ଅବାପୁଣି ଅଫିସରଙ୍କୁ ସାକ୍ଷାତ କରିବାକୁ ଚାହିଁଥାନ୍ତି ।

କେନ୍ଦ୍ର ସରକାର ୨୦୧୧ ଡିସେମ୍ବର ୧ତାରିଖରେ ଏନେଇ ଏକ ଗାଇଡଲାଇନ୍ ସମସ୍ତ ମନ୍ତ୍ରଣାଳୟ,ବିଭାଗ, ରାଜ୍ୟ ସରକାରଙ୍କୁ ଜାରି କରିଥିଲେ । ସାଂସଦ ଓ ବିଧାୟକମାନଙ୍କ ସହ ଜିଲ୍ଲାଠୁ ରାଜ୍ୟସ୍ତର ଓ କେନ୍ଦ୍ର ସରକାରସ୍ତରରେ କିଭଳି ଆଚରଣ କରାଯିବ ତାହା ସେଥିରେ ଉଲ୍ଲେଖ ରହିଥିଲା । ଏପରିକି ସାଂସଦ ଓ ବିଧାୟକମାନଙ୍କ ଚିଠି, ପରାମର୍ଶ ଓ ସାକ୍ଷାତବେଳେ ସରକାରୀ ଅଫିସରମାନେ କିଭଳି ଆଚରଣ କରିବେ ସେ ନେଇ କେନ୍ଦ୍ର ସରକାର ୨୦୧୧ରୁ ୨୦୨୧ ମଧ୍ୟରେ ୭ଥର ରିମାଇଣ୍ଡର ପଠାଇ ସେସବୁକୁ କଡ଼ାକଡ଼ି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଏହି ଚିଠିରେ ସାଂସଦ ଓ ବିଧାୟକମାନଙ୍କୁ କିଭଳି ଅଫିସରମାନେ ସୌଜନ୍ୟ ଓ ସମ୍ମାନ ପ୍ରଦାନ କରିବେ ସେ ନେଇ ୭ଟି ନିୟମ ଓ ନିର୍ଦ୍ଦେଶନାମା ସମ୍ପର୍କରେ କେନ୍ଦ୍ର ସରକାର ସ୍ମରଣ କରାଇ ଦେଇଛନ୍ତି । ଅଲଇଣ୍ଡିଆ ସର୍ଭିସ (କଣ୍ଡକ୍ଟ) ରୁଲସ-୧୯୬୮ର ରୁଲ ୩(୨କ) ଅନୁସାରେ ପ୍ରତ୍ୟେକ ଅପିସର ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ବିନମ୍ରତା ଆଚରଣ କରିବେ । ଆଉ ଲୋକଙ୍କ ସହ ନିଜର ବ୍ୟବହାରରେ କୌଣସି ପ୍ରକାରର କୌଶଳ ଆପଣାଇବେ ନାହିଁ ।
କୌଣସି ସରକାରୀ ଅଫିସ୍ ନିଜର ଅଫିସ ଡ୍ୟୁଟି କରିବାବେଳେ ଅଭଦ୍ରାମୀ କାର୍ଯ୍ୟ କରିବେ ନାହିଁ ତଥା ଲୋକଙ୍କ ସହ ବ୍ୟବହାରରେ ବିନମ୍ରତା ରହିବା ସହ ତାଙ୍କ ପାଖେ ରହିଥିବା କାର୍ଯ୍ୟକୁ ଜାଣିଶୁଣି ବିଳମ୍ବ କରିବେ ନାହିଁ ।

ପୂର୍ବ ନିର୍ଦ୍ଦେଶନାମା ଅନୁସାରେ ସାଂସଦ ଓ ବିଧାୟକଙ୍କ ପ୍ରତି ସରକାରୀ ଅଫିସରମାନେ ଉପଯୁକ୍ତ ଶିଷ୍ଟାଚାର ଓ ସମ୍ମାନ ଦେଖାଇବା ସହ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଏହାସହିତ ସାଂସଦ ଓ ବିଧାୟକମାନଙ୍କ କଥାକୁ ଧ୍ୟାନପୂର୍ବକ ଶୁଣିବା ତଥା ଏହା ଉପରେ ବିଚାର କରି ସର୍ବୋତ୍ତମ ନିଷ୍ପତ୍ତି ଆଇନ ଅନୁସାରେ ନେବା ଜରୁରୀ । ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦା କରିବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବା ଉଚିତ୍ ।

ସାଂସଦ ଓ ବିଧାୟକ ଫୋନ୍ ମାଧ୍ୟମରେ ଦେଇଥିବା ସନ୍ଦେଶକୁ ଅଫିସରମାନେ ଅଣଦେଖା କରିପାରିବେ ନାହିଁ । ସମ୍ପୃକ୍ତ ଅଫିସର ନିଜର ଅନୁପସ୍ଥିତି ଅବା କାର୍ଯ୍ୟ ବ୍ୟସ୍ତତା ପାଇଁ ଯଦି ଉକ୍ତ ଫୋନକୁ ଗ୍ରହଣ କରିପାରିନଥିବେ ତେବେ ଯଥାଶୀଘ୍ର ପ୍ରାଥମିକତା ଭିତ୍ତିରେ ସେହି ସାଂସଦ ଅବା ବିଧାୟକଙ୍କୁ ଏନେଇ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବେ । କେବଳ ସେତିକି ନୁହେଁ, କୌଣସି ସରକାରୀ ସଭାସମିତିକୁ ବିଧାୟକ ଓ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବା ସହ ଉପଯୁକ୍ତ ପ୍ରୋଟୋକଲ ପାଳନ ନିମନ୍ତେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ ତାଗିଦ୍ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଉପସଚିବ ଉମେଶ କୁମାର ଭାଟିଆ ସେପ୍ଟେମ୍ବର ୧୩ରେ ପଠାଇଥିବା ଏହି ଚିଠିରେ ସାଂସଦ ଓ ବିଧାୟକଙ୍କୁ ଉପଯୁକ୍ତ ଶିଷ୍ଟାଚାର ଓ ସମ୍ମାନ ଜଣାଇବାକୁ ଅଫିସରମାନଙ୍କୁ ପରାମର୍ଶ ଦେବା ସହ ଯଦି ଏହାର ଉଲ୍ଲଘଂନ ହୋଇଥିବାର ପ୍ରମାଣ ତଦନ୍ତ ପରେ ମିଳେ ତା’ହେଲେ ସମ୍ପୃକ୍ତ ସରକାରୀ ଅଫିସରଙ୍କୁ ଆଇନ ଅନୁସାରେ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story