ସମ୍ପ୍ରସାରିତ ହେବ ନୀଳାଚଳ ଇସ୍ପାତ କାରଖାନା : ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ନିଷ୍ପତି ନିଆଯାଇଛି।  ତନ୍ମଧ୍ୟରୁ ଓଡିଶାର ନୀଳାଚଳ ଇସ୍ପାତ ନିଗମ(ଏନଆଇଏନଏଲ‌୍‍)ରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟ‌୍‍ ମଞ୍ଜୁରି ପ୍ରଦାନ କରିଛି। ଏହାଦ୍ୱାରା ଏନ‌୍‍ଆଇଏନ‌୍‍ଏଲରେ ନୂଆ ଉପାୟରେ ପୁଞ୍ଜି ପ୍ରତ୍ୟାହାର ଓ ସ୍ୱଚ୍ଛ ଉପାୟରେ ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ‌୍‍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ। ଏହାଦ୍ୱାରା ନୀଳାଚଳ ଇସ୍ପାତ କାରଖାନାର […]

dharmendra-pradhan-1

dharmendra-pradhan-1

Niharika Rout
  • Published: Thursday, 09 January 2020
  • Updated: 09 January 2020, 02:02 PM IST

Sports

Latest News

 ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ନିଷ୍ପତି ନିଆଯାଇଛି।  ତନ୍ମଧ୍ୟରୁ ଓଡିଶାର ନୀଳାଚଳ ଇସ୍ପାତ ନିଗମ(ଏନଆଇଏନଏଲ‌୍‍)ରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟ‌୍‍ ମଞ୍ଜୁରି ପ୍ରଦାନ କରିଛି। ଏହାଦ୍ୱାରା ଏନ‌୍‍ଆଇଏନ‌୍‍ଏଲରେ ନୂଆ ଉପାୟରେ ପୁଞ୍ଜି ପ୍ରତ୍ୟାହାର ଓ ସ୍ୱଚ୍ଛ ଉପାୟରେ ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ‌୍‍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ। ଏହାଦ୍ୱାରା ନୀଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ‌୍‍ ଇସ୍ପାତ‌୍‍ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଓଡିଶା ୩୦ ପ୍ରତିଶତ ବା ପ୍ରାୟ ୧୦୦ ମିଲିୟନ ଟନ‌୍‍ ଇସ୍ପାତ‌୍‍ ଉତ୍ପାଦନ କରିବ। ଏହି ନିଷ୍ପତି ଓଡିଶାର ଇସ୍ପାତ‌୍‍ ଉତ୍ପାଦନ କ୍ଷମତାକୁ ବଢାଇବ ଓ ଚାକିରି, ବ୍ୟବସାୟ ଓ ରାଜ୍ୟର ରୋଜଗାର ମଧ୍ୟ ବଢାଇବ। କଳିଙ୍ଗ ନଗରକୁ ଷ୍ଟିଲ‌୍‍ ହବ‌୍‍ କରିବାରେ ଏନଆଇଏନଏଲ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏବେ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ଓ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଏହି କାରଣରୁ ଓଡିଶା ଭଳି କୋଇଲା ଭଣ୍ଡାର ଥିବା ରାଜ୍ୟର ରାଜ୍ୟ ରାଜକୋଷ ଓ ସ୍ଥାନୀୟ ବ୍ୟବସାୟ ତଥା ଶିଳ୍ପ ପ୍ରଗତିରେ ବଡ ସହଯୋଗ ମିଳିବ। କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ମଧ୍ୟ ହଟାଯାଇଛି। ଇସ୍ପାତ ଶିଳ୍ପକୁ ଏଥିରୁ ଅଧିକ ଲାଭ ମିଳିବ। ଇସ୍ପାତର ଦାମ‌୍‍ କମିବା ସହ କୋଇଲାର ଆମଦାନୀ ହ୍ରାସ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ନିୟମ ଦ୍ୱାରା କୋଲ ବ୍ଲକ ଆବଣ୍ଟନରେ ସୁବିଧା ହେବା ସହ ବାଣିଜ୍ୟିକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ ହେବ। ଏହି ସଂଶୋଧନ ସହ କୋଲ ବ୍ଲକର ଆବଣ୍ଟନ ଖଣି ଲାଇସେନ୍ସପ୍ରାପ୍ତଙ୍କ ଦ୍ୱାରା କରାଯିବ ।  ଯାହା ପୂର୍ବରୁ ଉପଲବ୍ଧ ନଥିଲା। କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ସଂଶୋଧନ ନିୟମ ସୁବିଧାଦାୟକ ହେବ। ଖଣି ଲିଜ‌୍‍ ପ୍ରକ୍ରିୟା ମଧ୍ୟ ସରଳୀକରଣ ହେବାରୁ ଫାଇଦା ମିଳିବ। 

ଏଥିସହ କ୍ୟାବିନେଟ‌୍‍ ନିଷ୍ପତି ଅନୁଯାୟୀ ଇସ୍ପାତ ଶିଳ୍ପରେ ଭଲ ଅଭିବୃଦ୍ଧି ଘଟିବ। ସେହିପରି ମୋଦି ସରକାରଙ୍କ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତି କାରଣରୁ ଆଗାମୀ ଦିନରେ ଦେଶର ଆମଦାନୀ ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos